କଟକ: ଚିକିତ୍ସା ଅଭାବରୁ  ସ୍ଥାନୀୟ ଆଚାର୍ଯ୍ୟ ହରିହର ସ୍ନାତକୋତ୍ର କର୍କଟ ରୋଗ ପ୍ରତିÂାନର ମୂଖ୍ୟ ଫାଟକ ନିକଟରେ ପଡ଼ିରହିଛନ୍ତି  କଳାହାଣ୍ଡିର ୨ କର୍କଟ ରୋଗୀ । ଏଠାରେ ବାରମ୍ବାର ଦେଖିବାକୁ ମିଳୁଛି ରୋଗୀଙ୍କ ଦୟନୀୟ ଚିତ୍ର । ଭବାନୀପାଟଣା ବିବିସିପଡ଼ାର ହରେକୃଷ୍ଣ ଦୀପ୍ (୪୦) ଙ୍କ ଅବସ୍ଥା ଗୁରୁତର ହେବାରୁ  ମଙ୍ଗଳବାର ଦିନ
ଏହି ଡ଼ାକ୍ତରଖାନାରେ ପହନ୍ଚି ଥିଲେ । ରୋଗୀଙ୍କୁ ଦେଖିବାପରିବର୍ତେ ଡ଼ାକ୍ତର  ଅଲଟ୍ରାସାଉଣ୍ଡ ପାଇଁ ଚିଠା ଖଣ୍ଡିଏ ଦେଇ ପଠାଇ ଦେଲେ । ଅଲଟ୍ରାସାଉଣ୍ଡ ସେନ୍ଟରରୁ ଉତ୍ର ମିଳିଲା ୫/୬ ଦିନ ପରେ ଆସନ୍ତୁ ।   ରିପୋର୍ଟ ଆସିଲେ ଭର୍ତି କରିବାକୁ କହି ିକେନ୍ଦ୍ରରୁ ବାହାର କରିଦେଲେ । ଭୋକ ଉପାସରେ ଯନ୍ତ୍ରଣାରେ କେନ୍ଦ୍ର ବାହାରେ ଛଟପଟ ହେଉଛନ୍ତି ହରେକୃଷ୍ଣ । ,କଳାହାଣ୍ଡିର ସୁରେଶ  ସୁନାନୀ(୧୯) ମଧ୍ୟ ଅନୂରୁପ ପରିସ୍ଥିତିରେ ପଡ଼ିଛନ୍ତି । 
 
			