ଗଣ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲିକୁଦା,୧୭,୬ (ନି.ପ୍ର.): ମରିଚିପୁର ଯୁବତୀ ଗଣ ବଳତ୍କାର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜିତେନ ବେହେରାକୁ ଗିରଫ କରିଛି ଜଗତସିଂହପୁର ପୁଲିସ । ଗତକାଲି ରାତିରେ ଜିତେନ ଜଗତସିଂହପୁରରୁ ନିଜ ଘର ମରିଚିପୁର ଅଂଚଳକୁ ଆସୁଥିବା ବେଳେ ପୁଲିସ ହାତରେ ଧରା ପଡିଯାଇଥିଲା । ଜଗତସିଂହପୁର ପୁଲିସ ଆଜି ଉକ୍ତ ଅଭିଯୁକ୍ତ ଜିତେନକୁ ବନ୍ଦର ସାମୁଦ୍ରିକ ଥାନାକୁ ହସ୍ତାନ୍ତର କରିଛି । ଗତ ମାର୍ଚ୍ଚ ୨୦ ତାରିଖ ଦିନ ଅପରାହ୍ଣ ୫ ଟା ସମୟରେ ବନ୍ଦର ସାମୁଦ୍ରିକ ଥାନା ଅଂଚଳରେ ଏହି ଘଟଣା ଘଟିଥିଲାା ମୁଖ୍ୟ ଅଭିଯୁକ୍ତ ଜିତେନ ଓ ତାର ଜଣେ ସହଯୋଗୀ ମିଶି ଘଟଣା ଘଟାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ସେବେ ଠାରୁ ପୁଲିସ ସେମାନଙ୍କ ପଂଚା କରିବା ଲାଗି ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ବଳାତ୍କାରର ଶିକାର ହୋଇଥିଲେ ମରିଚପୁର ଅଂଚଳର ଜଣେ ୨୨ ବର୍ଷିୟା ଯୁବତୀା ସେ ପୁଣି ସାମାନ୍ୟ ଭାବେ ମାନସିକ ଅନଗ୍ରସର । ଗଣ ବଳାକ୍ରାର ଶିକାର ହୋଇଥିବା ଯୁବତୀ ଜଣକ ତାଙ୍କର କୌଣସି ଏକ କାମରେ ନିକଟସ୍ଥ ଜଣେ ଦର୍ଜୀ ପାଖକୁ ଯାଇ ଘରକୁ ଫେରୁଥିବା ସମୟରେ ମରିଚିପୁର ଅଞ୍ଚଳର ଏକ ମଇଁଷୀ ଗୋଠ ନିକଟରେ ଜିତେନ ଓ ତାର ସହଯୋଗୀ କୁହା ଯାଉଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ବସନ୍ତ ବେହେରା ତାଙ୍କୁ ରାସ୍ତାରୁ ଟେକି ନେଇ ଦୂସ୍କର୍ମ କରିଥିଲେ । ମା’ ଓ ପିଡିତା ଝିଅ ବନ୍ଦର ସାମୁଦ୍ରିକ ଥାନାରେ ସେହି ଦିନ ରାତି ପ୍ରାୟ ୧୨ ଟାରେ ଏତଲା କରିଥିଲେ । ଏତଲାକୁ ଭିତି କରି ଥାନାଧିକାରୀ ଶିଶୁଭୂଷଣ ସ୍ୱାଇଁ ୧୫/୨୦ରେ ମାମଲା ରୁଜୁ କରିବା ସହିତ ତତ୍କାଳ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗି ପଡିଥିଲେ । ଏହି ସମୟରେ କରୋନା ପାଇଁ ସରକାର ଲକ ଡାଉନ ଘୋଷଣା କରିବାରୁ ଅଭିଯୁକ୍ତ ମାନଙ୍କୁ ଧରିବାରେ ସମସ୍ୟା ହୋଇଥିଲା ।

Leave A Reply

Your email address will not be published.

twelve − 2 =