କୋଟାରୁ ରାୟଗଡା ଫେରିଲେ ୯ ଛାତ୍ରଛାତ୍ରୀ

ରାୟଗଡା,ନି.ପ୍ର.: ରାୟଗଡା ଜିଲ୍ଲାର ୯ ଜଣ ଛାତ୍ରଛାତ୍ରୀ ରାଜସ୍ଥାନ କୋଟାରେ ରହି କୋଚିଙ୍ଗ ନେଉଥିବା ବେଳେ କରୋନା ଯୋଗୁଁ କୋଟାରେ ଫସି ରହିଥିଲେ । ତେବେ ପ୍ରଶାସନର ହସ୍ତକ୍ଷେପ ପରେ ଏକ ସ୍ୱତନ୍ତ୍ର ବସ ଯୋଗେ ୯ ଜଣ ଛାତ୍ରଛାତ୍ରୀ ଆଜି ରାୟଗଡାରେ ପହଂଚିଛନ୍ତି । ୩ ତାରିଖ ଦିନ ୩ଟା ସମୟରେ କୋଟାରୁ ରାୟଗଡା ଅଭିମୁଖେ ଏହି ୯ ଜଣ ଛାତ୍ରଛାତ୍ରୀ ରାୟଗଡା ଅଭିମୁଖେ ବାହାରିଥିଲେ । ଦୀର୍ଘ ୪୬ ଘଂଟାର ଯାତ୍ରା ପରେ ଆଜି ରାୟଗଡା ଠାରେ ପହଂଚିଥିଲେ । କୋଟାରୁ ୯ ଜଣ ଛାତ୍ର ଛାତ୍ରୀ ଆସୁଥିବା ନେଇ ପ୍ରଶାସନ ନିକଟରେ ଆଗରୁ ସୂଚନା ଥିଲା । ରାୟଗଡାଠାରେ ବସ ପହଂଚିବା ପରେ ବସକୁ ଜିସିଡି ହାଇସ୍କୁଲ ପଡିଆକୁ ନିଆଯାଇଥିଲା । ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଏଥିସହ ସରକାରୀ ନିୟମ ମାନି ୧୪ ଦିନ ଯାଏଁ ନିଜ ନିଜ ଘରେ ଅଲଗା ରହିବା ପାଇଁ ପରାମର୍ଶ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ପୌର ପରିଷଦର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ଛାତ୍ର ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ କୌଣସି ପ୍ରକାରେ ଭୟଭୀତ ନ ହେବାକୁ ପରାମର୍ଶ ଦେଇଥିଲେ । ରାୟଗଡା ସହରର ୬ ଜଣ ଥିବା ବେଳେ କାଶିପୁର ବ୍ଲକର ଜଣେ ଏବଂ ଗୁଡାରୀ ବ୍ଲକର ଜଣେ ଅଛନ୍ତି । ଲକଡାଉନ ଘୋଷଣାର କିଛି ଦିନ ପରେ ସମସ୍ତ ମେସ ବନ୍ଦ ହୋଇଯିବାର ସେମାନଙ୍କୁ ଖାଦ୍ୟ ପାଇବା ପାଇଁ ଅସୁବିଧା ହେଉଥିଲା ବୋଲି ଆସିଥିବା ଛାତ୍ର ଛାତ୍ରୀମାନେ ପ୍ରକାଶ କରିଛନ୍ତି । ଆସିଥିବା ଛାତ୍ର ଛାତ୍ରୀମାନେ ଆଜି ନିଜସ୍ୱ ଖର୍ଚ୍ଚରେ ଆସିଥିବା କହିଥିଲେ । ଏଥିନିମନ୍ତେ ଜଣକ ପିଛା ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା କହିଥିଲେ ଛାତ୍ର ଛାତ୍ରୀମାନେ ।

Leave A Reply

Your email address will not be published.

twelve + 6 =