ଜାତିସଂଘ: ବିଶ୍ୱରେ ପ୍ରାୟ ୧୦୦ କୋଟି ବା ଅର୍ଦ୍ଧେକ ପିଲା ମାନସିକ ଓ ଯୈାନ ନିର୍ଯାତନାର ଶିକାର ହୋଇ ପ୍ରାଣ ହରାଉଛନ୍ତି । ବିଶ୍ୱର ଷ୍ଟାଟସ ରିପୋର୍ଟ ୨୦୨୦ ରେ ଏହିତଥ୍ୟ ଦର୍ଶାଯାଇଛି । ବିଭିନ୍ନ ଦେଶର ସରକାର ପିଲାଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ କରିଥିବା ଯୋଜନାର ସଠିକ୍ କାର୍ଯ୍ୟକାରୀ ହେଉନଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି । ଜାତିସଂଘରେ ଏହି ରିପୋର୍ଟ ଉପସ୍ଥାପନ ହେବା ପରେ ସଂମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ଉପରେ ନିର୍ଯାତନା ବଢୁଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି । ଲକ୍ଡ଼ାଉନ ସମୟରେ ପିଲାମାନେ ନିର୍ଯାତନା ଦେଉଥିବା ଲୋକଙ୍କ ପାଖରେ ମଧ୍ୟ ଫସି ରହିଛନ୍ତି । ପିଲା ମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ ବୋଲି ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି ।