ପୁରୀ:ମହାମାରୀ କରୋନା ଯୋଗୁଁ ଚଳିତ ବର୍ଷ ରଥଯାତ୍ରା ବନ୍ଦ କରିବାପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ପରେ ରାଜ୍ୟବ୍ୟାପି ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ଜାରି ରହିଛି । ଶ୍ରୀମନ୍ଦିର ଇତିହାସରୁ ଜଣା ଯାଏ ଜେ ବିଭିନ୍ନ କାରଣ ନେଇ ୧୫୫ ଥର ବନ୍ଦ ରହିଛି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ତନ୍ମ୍ଧ୍ୟରୁ ୧୪୪ ବର୍ଷ ଦାରୁବ୍ରହ୍ମ ପତାଳି ହେବା ସମୟରେ ରଥଯାତ୍ରା ହୋଇନଥିଲା ସେହିପରି ମହାପ୍ରଭୁ କେତେକ କାରଣ ନେଇ ବାହାର ସ୍ଥାନରେ ଅବସ୍ଥାନ କରିବା ସମୟରେ ସେଠାରେ ରଥଯାତ୍ରା କରାଯାଇଥିବା ପ୍ରମାଣ ରହିଛି । ସେହିପରି୧୫୬୮ ରୁ ୧୭୭୧ ଖ୍ରୀଷ୍ଟାଦ୍ଧ ମଧ୍ୟରେ ବାହ୍ୟଶତ୍ରୁ ଆକ୍ରମଣ ଯୋଗୁଁ ମହାପ୍ରଭୁଙ୍କ ରଥଯାତ୍ରା ୩୨ଥର ବନ୍ଦ ହୋଇଥିବା ଇତିହାସରୁ ଜଣାଯାଏ । ମାତ୍ର ତିନିରଥ ନିର୍ମାଣ ଶେଷ ହେବାପରେ ଘୋଷଯାତ୍ରା ବନ୍ଦ ହେବା ପ୍ରଥମ ଘଟଣା । କୋଭିଡ – ୧୯ ସଂକ୍ରମଣ ଜନିତ ଆଶଙ୍କା ନେଇଆସନ୍ତା୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପବିତ୍ର ରଥଯାତ୍ରା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ତେବେ ସୁପ୍ରିମକୋର୍ଟ .ଙ୍କ ନିଦେ୍ର୍ଧଶ ମାନିବା ଆମର କର୍ତବ୍ୟ ବୋଲି କହିଛନ୍ତି ଗଜପତି ଦିବ୍ୟ ସିଂ ଦେବ ।