ବୌଦ୍ଧବାସୀଙ୍କ ତରଫରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ବୌଦ୍ଧ,୧୯.୬ (ନି.ପ୍ର.): ଚୀନ ଓ ଭାରତ ସୀମାରେ ଦୀର୍ଘ ଦୀନରୁ ଲାଗିରହିଥିବା ସୀମା ବିବାଦରେ ଦୁଇ ଦେଶର ଯବାନ ମାନଙ୍କ ମଧ୍ୟରେ ଧସ୍ତାଧସ୍ତିର ଉଗ୍ର ରୁପ ନେଇ ଗତ ୧୫ତାରିଖ ଦିନ କୋଡିଏ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଭାରତ ମାଟିର ଏହି ବୀର ଯବାନ ମାନଙ୍କ ଅମର ଆତ୍ମାର ବୀର ଗତି ପ୍ରାପ୍ତରେ ଶାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଆମ ଓଡିଶା ମାଟିର ବୀର ପୁତ୍ର ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନ, ରାଇକିଆ ଓ ନାଏବ ସୁବେଦାର ନନ୍ଦୁରାମ ସୋରେନ, ରାଇରଙ୍ଗପୁର ମଧ୍ୟ ବୀର ଗତି ପ୍ରାପ୍ତ ହୋଇଛନ୍ତି । ସମସ୍ତ ଭାରତୀୟ ବୀର ଯବାନ ମାନଙ୍କ ଅମର ଆତ୍ମାର ଶାନ୍ତି ଓ ସଦଗତି କାମନା କରାଯିବାସହ ଶୋକ ସନ୍ତପ ପରିବାରକୁ ସମବେଦନା ଞ୍ଜାପନ କରି ସ୍ଥାନୀୟ ପୁରୁଣା ବ୍ଲକ ଛକ ଠାରୁ ଏକ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ଗାନ୍ଧୀଛକ ଠାରେ ଥିବା ମହାତ୍ମାଗାନ୍ଧୀ ପ୍ରତିମୂର୍ତି ନିକଟରେ ନୀରବ ପ୍ରାର୍ଥନା କରାଯାଇଥିଲା ଓ ବୀର ଯବାନ ଅମର ରହେ ଧ୍ୱନୀରେ ଗାନ୍ଧୀଛକ ପ୍ରକମ୍ପିତ ହୋଇଥିଲା । ଏଥି ସହ ଚାଇନା ସାମଗ୍ରି ବର୍ଜନ ନିମିତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା । ବୌଦ୍ଧ ବାସୀଙ୍କ ତରଫରୁ ଉକ୍ତ ଶୋଭାଯାତ୍ରା ଆୟୋଯନରେ ବସନ୍ତ କୁମାର ସାହୁ , ପ୍ରବୀର କୁମାର ଦାସ, ପ୍ରଶାନ୍ତ କୁମାର ଭାଇନା, ଦେବାଶିଷ ପୁରୋହିତ, ତୋଫାନ ପରିଡା, ମାନଭଞ୍ଜନ ମହାରଣା, ଜସ୍ନିନ କୌସର, ପଦ୍ମନାଭ ପ୍ରଧାନ, ବିଜୟ କୁମାର ସାହୁ ପ୍ରମୂଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

4 × two =