ହାର୍ଦ୍ଦିକ ଖୁସି କରିବାକୁ ନତାଶାଙ୍କୁ ଦେଲେ ଶହ ଶହ ଗୋଲାପ ବୁକେ !

ବମ୍ବେ: ବାପା ହେବାକୁ ଯାଉଛନ୍ତି ହାର୍ଦ୍ଦିକ୍‌ ପାଣ୍ଡ୍ୟା। ଏହାକୁ ନେଇ ତାଙ୍କ ଖୁସି କହିଲେ ନ ସରେ। ପ୍ରତିଦିନ ସେ ପତ୍ନୀ ନତାଶା ସ୍ଟାନ୍‌କୋଭିକ୍‌ଙ୍କୁ ଭିନ୍ନ ଭିନ୍ନ ଉପାୟରେ ସର୍‌ପ୍ରାଇଜ୍‌ କରୁଛନ୍ତି। ଏଇ ଯେମିତି ନିକଟରେ ଶହ ଶହ ସଂଖ୍ୟାରେ ଗୋଲାପ ବୁକେ ସେ ନତାଶାଙ୍କୁ ଭେଟି ଦେଇଥିଲେ।

ଏହାର କିଛି ଫଟୋ ଉଭୟ ଇନ୍‌ଷ୍ଟାରେ ଶେୟାର କରିଛନ୍ତି। ଏହାକୁ ନେଇ ନତାଶା ଲେଖିଛନ୍ତି, ତୁମେ ସବୁଦିନ ପାଇଁ ମୋର ହୋଇ ରହିବ। ଅପରପକ୍ଷେ ହାର୍ଦ୍ଦିକ୍‌ ‘ ମୋ ଗୋଲାପ ପାଇଁ ଏତେ ପରିମାଣର ଗୋଲାପ ଭେଟି’ ବୋଲି ଲେଖିଛନ୍ତି। ଏହି ପୋଷ୍ଟକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରୁଛନ୍ତି।

Leave A Reply

Your email address will not be published.

10 + 14 =