ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍ ଡ୍ରିଲ

ରାୟଗଡା, ୨୦.୬ (ନି.ପ୍ର): ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ବିପର୍ଯ୍ୟୟକୁ ମୁକାବିଲା କରାଯାଇ ପାରିବ ସେ ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ମକ୍ ଡ୍ରିଲ କାର୍ଯ୍ୟକ୍ରମ ଜିସିଡି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠୀତ ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ସରକାରଙ୍କ ତରଫରୁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଗୁୃଡିକ ଆଲୋଚନା କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲ ନିମନ୍ତେ ଏବେ ଠାରୁ ବ୍ଲକ ପ୍ରଶାସନ ନିଜ ନିଜ ପଂଚାୟତକୁ ନେଇ ଏକ କମିଟି ଗଠନ କରି ବିପଦ ସଂକେତ ଥିବା ସ୍ଥାନ ଗୁଡିକ ଚିହ୍ନଟ କରି ରଖିଥିବେ । ବର୍ଷା ଏବଂ ବାତ୍ୟା ସମୟରେ ଏ ସ୍ଥାନ ଗୁଡିକ ବିଶେଷ ଧ୍ୟାନ ଦେବା ପାଇଁ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ବନ୍ୟା ଏବଂ ବାତ୍ୟା ସମୟରେ ଯେପରି କୌଣସି ପ୍ରାଣହାନି ନ ହୁଏ ସେଥିପ୍ରତି ସଜାଗ ରହିବା ଆବଶ୍ୟକ ବୋଲି ମଧ୍ୟ ପ୍ରକାଶ କରିଥଇଲେ । ଏ ନେଇ ଅଗ୍ନିଶମ ବିଭାଗ ତରଫରୁ ଏକ ମକଡ୍ରିଲ କାର୍ଯ୍ୟକ୍ରମ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠୀତ ହୋଇଥିଲା । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସାମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା କିପରି କରାଯାଇପାରିବ ସେ ନେଇ ମକଡ୍ରିଲ ମାଧ୍ୟମରେ ନିଜ କୌଶଳକୁ ପ୍ରଦର୍ଶନ କରିଥିଲେ । ଆୟୋଜିତ ବୈଠକରେ ଅନ୍ୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମକ ଡ୍ରିଲ କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବରୁ ଭାରତ-ଚୀନ ସୀମାନ୍ତରେ ଶହୀଦ ହୋଇଥିବା ଜବାନ ମାନଙ୍କ ଉଦ୍ୟେଶରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇ ଶହୀଦ ଜବାନ ମାନଙ୍କୁ ଶ୍ରଦ୍ଧାଜଂଳୀ ଜ୍ଞାପନ କରାଯାଇଥିଲାା

Leave A Reply

Your email address will not be published.

3 × five =