ବାଲିକୁଦା, ୨୦.୬ (ନି.ପ୍ର.):ବାଲିକୁଦା ଥାନା ଅଧୀନ ଅନନ୍ତପୁର ଫାଣ୍ଡି ଅନ୍ତର୍ଗତ ରାହାଣ ପଂଚାୟତ ଓରଣ୍ଡ ଗାଁରେ ଆଜି ଜଣେ ବିବାହିତା ମହିଲା ଙ୍କୁ ପୋଡି ମାରିଦେବାକୁ ଉଦ୍ୟମ କରାଯାଇଥିବା ବାଲିକୁଦା ଥାନାରେ ଅଭିଯୋଗ ହୋଇଛି । ତେବେ ଯୌତୁକ ପାଇଁ ଶାଶୁ ଘର ଲୋକେ ଝିଅକୁ ମାରିଦେବାକୁ ଉଦ୍ୟମ କରିଥିବା ଝିଅର ବାପା ଆମ୍ବଶାଳ ଗାଁର ମଣି ବିଶ୍ୱାଳ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଝିଅକୁ ପୋଡି ମାରିଦେବାକୁ ଶାଶୁ ଘର ଲୋକେ ଆଜି ଉଦ୍ୟମ କରିଥିବା ଓ ଝିଅ କୁ ଗୁରୁତର ଆହତ ଅବସ୍ତାରେ ବାଲିକୁଦା ମେଡିକାଲକୁ ନିଆ ଯାଇଥିବା କଥା ଶୁଣି ସେ ବାଲିକୁଦା ମେଡିକାଲେର ପହଂଚିଥିଲେ । ମିଳିଥିବା ସୂଚନା ମୁତାବକ ଏହି ଥାନା ଅନ୍ତର୍ଗତ ଆମ୍ବଶାଳ ପଂଚାୟତ ଆମ୍ବଶାଳ ଗାଁର ମଣି ବିଶ୍ୱାଲଙ୍କ ସାନ ଝିଅ ଜୟଲକ୍ଷ୍ମୀ ଓରଫ୍ ଝିଲି(୩୫) ଙ୍କ ସହିତ ଗତ ୬ ବର୍ଷ ତଳେ ଅନନ୍ତପୁର ଫାଣ୍ଡି ଅଧୀନ ରାହାଣ ପଂଚାୟତ ଓରଣ୍ଡ ଗାଁର ସ୍ୱର୍ଗତ ରାଧାଶ୍ୟାମ ସ୍ୱାଇଁଙ୍କ ସାନପୁଅ ପ୍ରଫୁଲ କୁମାର ସ୍ୱାଇଁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବାହାଘର ସମୟରେ ପୁଅ ଘରର ଡିମାଣ୍ଡ ମୁତାବକ ବାପ ଘର ପକ୍ଷରୁ ଯୌତୁକ ବାବଦକୁ ୧ ଲକ୍ଷ ୨୦ ହଜାର ଟଙ୍କା ଓ ସୁନା ଅଳଙ୍କାର ସମେତ ଅନ୍ୟାନ୍ୟ ଯାବତ୍ୟ ଜିନିଷ ପତ୍ର ଦିଆ ଯାଇଥିଲା । ମାତ୍ର ଏହା ପରେ ମଧ୍ୟ ଆଉ ଅଧିକ ୧ ଲକ୍ଷ ଟଙ୍କା ଆଣିବା ପାଇଁ ଝିଲି ଉପରେ ସର୍ବଦା ଚାପ ପକା ଯାଉଥିଲା । ଝିଲି ଏଥିରେ ରାଜି ନ ହେବାରୁ ତାକୁ ମାନସିକ ଓ ସାରିରୀକ ନିର୍ଯାତନା ଦିଆ ଯାଉଥିଲା । ଆଜି ସକାଳେ ଶାଶୁ ଶ୍ୱେତପ୍ରଭା ସ୍ୱାଇଁ ବିବାହିତା ନଣନ୍ଦ ରଶ୍ମିପ୍ରଭା ଓ ଝିଲିର ସ୍ୱାମୀ ପ୍ରଫୁଲ୍ଲ ଝିଲି ଦେହରେ କିରାସିନି ଢାଳି ନିଅଁ। ଲଗାଇ ଦେଇଥିଲେ । ଫଳରେ ନିଅଁ।ରେ ଝିଲି ଶରୀର ପ୍ରାୟ ୮୦ ପ୍ରତିଶତ ପୋଡି ଯାଇଥିଲା । ଦରପୋଡା ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲାା ମାତ୍ର ତାଙ୍କ ସ୍ୱାସ୍ଥା ବସ୍ଥା ଠିକ ନ ଥିବାରୁ ଡାକ୍ତର ତାଙ୍କୁ କଟକ ପଠାଇ ଦେଇଥିଲେ । ଝିଲି ଏବେ କଟକ ବଡ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ସେପଟେ ବାପା ମଣିଙ୍କର ଅଭିଯୋଗକୁ ଭିତିକରି ବାଲିକୁଦା ଥାନାରେ ଏକ ମାମଲା ରୁଜୁ କରାଯାଇଛି ।