ଭୁବନେଶ୍ୱର- କରୋନା ନେଲା ଆଉ ୨ ଜୀବନ । ଦୁଇ ମୃତକଙ୍କ ମଧ୍ୟରୁ ଜଣେ ବରଗଡ ଜିଲ୍ଲାର ଓ ବୟସ ୭୬ । ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲାର ବୟସ ୪୯ । ତେବେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୭ରେ ପଂହଚିଛି ।ବରଗଡରେ ପ୍ରାଣ ହରାଇଥିବା ବୃଦ୍ଧ ଜଣଙ୍କ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ଦୀର୍ଘ ଦିନ ହେବ ଡାଇବେଟିସରେ ପୀଡିତ ଥିଲେ । ପ୍ରଥମ କରି ବରଗଡରେ କରୋନା ମୁଣ୍ଡ ନେଇଛି । ଏଯାବତ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪ରେ ପଂହଚିଛି ।