ସନ୍ଧିକ୍ଷଣରେ ରାଜଧାନୀ : ସମୂହ ସଂକ୍ରମଣ ଆଶଙ୍କା!

ଭୁବନେଶ୍ୱର,୨୧.୬ (ନି.ପ୍ର.): ଏକଦା କରୋନା ହଟସ୍ପଟ ଓ ରେଡ ଜୋନ ଚିହ୍ନିତ ରାଜଧାନୀ କିଛି ଦିନ ଶାନ୍ତି ରେ ନିଶ୍ୱାଶ ମାରିଥିଲା । ନୁଆ ସଂକ୍ରମଣ ଅସୁନଥିଲା । ସରକାର ଆଉ ରାଜଧାନୀ ବାସୀ ଟିକିଏ ଆସ୍ୱସ୍ତ ଥିଲେ । ଏହାକୁ ଆଉ ଟିକିଏ କଡାକଡି କରିବାକୁ ଯାଇ ସପ୍ତହାନ୍ତ ୨ଦିନ ସରକାର ସଟଡାଉନ ଘୋଷଣା କରିଛନ୍ତି । ମାତ୍ର ସଂଙ୍ଗ ରୋଧରେ ଥିବା ଅମାନିଆଙ୍କ ପାଇଁ ଏବେ ସନ୍ଧିକ୍ଷଣରେ ପହଞ୍ଚିଛି ରାଚଧାନୀ । କିଛି ସ୍ଥାନରେ ସଂଗ ରୋଧରେ ଥିବା ଲୋକଙ୍କ ସହ ସ୍ଥାନୀୟ ଲୋକ ସଂକ୍ରମଣରେ ଶିକାର ହେବା ପରେ ଏହାକୁ ନେଇ ଚିନ୍ତା ବଢିଛି । ସାଲିଆ ସାହିରେ ନୋଟିସ ଲାଗିଛି । ଡୁମୁଡୁମା ସୁବାସନଗର ବସ୍ତିରୁ ୫ ଜଣ ଓ ଏକ ଘରୋଇ ଡାକ୍ତରଖାନାର ୬ କର୍ମଚାରୀ ସଂକ୍ରମଣର ଶିକାର ହୋଇଛନ୍ତି । ପ୍ରବାସୀଙ୍କ ପାଇଁ କ୍ୱାରେନଟାଇନକୁ ବାଧୟତା ମୂଳକ କରିଛନ୍ତି ସରକାର । କିନ୍ତୁ ଏମାନେ କିଛି ନମାନି ପାନ ଦୋକାନ ଠାରୁ ଆରମ୍ଭ କରି ପରିବା ହାଟ , ବିଭିନ୍ନ ସ୍ଥାନ ବୁଲାବୁଲି କରୁଛନ୍ତି । ଫଳରେ ସ୍ଥାନୀୟ ସଂକ୍ରମଣ ଆଡକୁ ଗତି କରୁଛି ଭୁବନେଶ୍ୱର । ଅନ୍ୟ ପକ୍ଷରେ ସରକାର ରାସ୍ତା କଡରେ ଜଳଖିଆ ଦୋକାନ, ହୋଟେଲ, ମଲ୍ ଓ ଅନ୍ୟାନ୍ୟ ଦୋକାନ ବଜାର ଖୋଲିବାକୁ ଦେଇଛନ୍ତି । ଦହିବରା, ଗୁପଚୁପ ଠେଲା ଆଗରେ ଲୋକମାନେ ଖାଇବାର ପୁରା ଆନନ୍ଦ ନେଉଛନ୍ତି । ନା ଏଠି ଅଛି ସାମାଜିକ ଦୁରତା । ରଜ ପୂର୍ବରୁ ଗୋଟିଏ ଦିନ ୩ ଘଂଟା ଲକଡାଉନକୁ କୋହଳ ପରେ ୟୁନିଟ ୧ ମାର୍କେଟରେ ଯେଉଁ ପରିସ୍ଥିତ ହେଲା ତାହା ଭୁଲି ହେବ ନାହିଁ । ଶେଷରେ ବିଏମସି କୁ ମାର୍କେଟ ସିଲ କରିବାକୁ ପଡିଲା । ମାସ୍କ ନ ପିନ୍ଧିଲେ ଜୋରିମାନା ଯୋଗୁଁ କିଛି ଲୋକ ମାସ୍କ ତ ଗଳାଇ ଦେଉଛନ୍ତି, ହେଲେ ମୁହଁ ପରିବର୍ତେ ଥୋଡିରେ ଦାଢି ନୁଚାଇବାକୁ ଯେମିତି ବ୍ୟବହାର ହେଉଥିବା ଯଣାପଡୁଛି । ପରିଣତି ସ୍ୱରୁପ ରାଜଧାନୀ ପୁଣି ଏକ ବିସ୍ଫୋରକ ସମୟ ଆଡକୁ ଗତି କରିବା ଓ ପୁରା ସଟଡାଉନ ହେବା ଆଡକୁ ଗତି କରୁଛି । ଅନ୍ୟ ରାଜ୍ୟ ଓ ପ୍ରବାସରୁ ଆସୁଥିବା ଢେର ଲୋକ ସେମାନଙ୍କ ଟ୍ରାଭେଲ ହିଷ୍ଟି୍ର ସରକାରଙ୍କୁ ଦେଉନାହାନ୍ତି । ଦୁଇ ଦିନ ତଳେ ୪ ଜଣ କଲିକତା ଫେରନ୍ତା ପଟିଆ ଅଞ୍ଚଳରେ ବୁଲୁଥିବା ଛବି ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଛି । ପରିଣତି ସ୍ୱରୁପ ଡୁମୁଡୁମା ଅଞ୍ଚଳରେ ବଢିଛି ସ୍ଥାନୀୟ ସଂକ୍ରମଣ । ଏହି ଅଞ୍ଚଳରେ ୩ ଜର ସ୍ଥାନୀୟ ଯୁବତୀଙ୍କ ସହ ମୋଟ ୫ ଜଣ କରୋନାକୁ ଘରକୁ ଡାକିଛନ୍ତି । । ୨ ଜଣ ଯୁବକ ଓ ୩ ଜଣ ଯୁବତୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ବୟସ ୨୧ ରୁ ୨୯ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । କେବଳ ରାଜଧାନୀ ନୁହେଁ, ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି ଅବସ୍ଥା । ଗତ କିଛି ଦିନ ହେଲା ସଂଗ ରୋଧ କେନ୍ଦ୍ରରୁ କରୋନା ପଜିଟିଭ ଚିହ୍ନଟ ସହ ସ୍ଥାନୀୟ ଅଞ୍ଚଳରୁ ମଧ୍ୟ ସଂକ୍ରମିତ ବାହାରୁଥିବା ଦେଖିବାକୁ ମିଳିଛି । କେବଳ ରବିବାର ସଂଗରୋଧ କେନ୍ଦ୍ର ବାହାରୁ ୩୨ ଜଣ ସଂକ୍ରମିତଙ୍କୁ ଠାବ କରାଯାଇଛି ।

Leave A Reply

Your email address will not be published.

three × four =