ଯାତ୍ରା ପାଇଁ ନାଟକ ରଚନାରେ ବ୍ୟସ୍ତ ନାଟ୍ୟକାର

ବିଞ୍ଝାରପୁର, ୨୧.୬ (ନି.ପ୍ର): କରୋନା ମହାମାରୀ ପାଇଁ ଏବେ ଯାତ୍ରା ପାର୍ଟି ଗୁଡିକ ବନ୍ଦ । ହେଲେ ଆଗାମି ଯାାତ୍ରା ସିଜିନକୁ ଆଖି ଆଗରେ ରଖି ମାଲିକ ମାନେ ହୁଅନ୍ତୁ କିମ୍ବା ନାଟ୍ୟକାର ମାନେ ପ୍ରସ୍ତୁତିକୁ ଅଅଗେଇ ନେଉଛନ୍ତି । କରୋନା ସମୟରେ ନାଟ୍ୟକାର ମାନେ ଭରପୁର ସମୟ ପାଇଛନ୍ତି ନାଟକ ରଚନା କରିବାରେ । ଯାତ୍ରା ଜଗତର ବେଶ ପରୀଚିତ ନାଟ୍ୟକାର ଡ ଦୀପକ ଜେନା ଏବେ ନିଜର ନାଟ୍ୟ ରଚନାକୁ ନେଇ ବେଶ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି । ସ୍ୱାମୀ ମାନେ ସାବଧାନ, ଆଖିଅବୁଝାକୁ ଲୁହ ଅବୁଝା, ଚଉଠୀ ରାତିର ଚଉଦ କଥା ଭଳି ୨୦ରୁ ଉର୍ଦ୍ଧ ସୁପରହିଟ ନାକଟ ଚରନା କରି ଯାତ୍ରା ଜଗରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଠୀ କରିଥିବା ନାଟ୍ୟକାର ଡ ଦୀପକ ଜେନା ଏବେ ଆଗାମି ଯାତ୍ରା ସିଜିନ ପାଇଁ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଅପେରା ପାର୍ଟି ପାଇଁ ନୂଆ ଦମଦାର ନାଟରେ “ନିଜ ସ୍ୱାମୀ ମୋତେ ଭଲ ଲାଗୁନି” ନାଟକ ରଚନା କରୁଛନ୍ତି । ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ଏଥର ବଚ୍ଛାବଚ୍ଛା କଳାକାରଙ୍କୁ ନେଇ ଆଗାମି ଯାତ୍ରା ସିଜିନ ପାଇଁ ପ୍ରସ୍ତୁତ ହେଉଥିବା ମାଲିକ ମୁକ୍ତିକାନ୍ତ ସାମଲ କହିଛନ୍ତି । ନାଟ୍ୟକାର ଡ ଦୀପକ ଜେନା ଓ ସ୍ୱର୍ଣ୍ଣମନ୍ଦିର ମାଲିକ ମୁକ୍ତିକାନ୍ତ ସାମଲ ଏହି ନାଟକକୁ ନେଇ ବେଶ ଆଶାବାଦୀ ଅଛନ୍ତି । ପୂର୍ବରୁ ବହୁ ନାଟକରେ ସଫଳତା ସାଉଁଟିଥିବା ଏହି ନାଟ୍ୟକାର ଙ୍କ ଏଭଳି ଦମଦାର ଟାଇଟେଲର ନାଟକକୁ ନେଇ ସବୁ ଆଡେ ଚର୍ଚ୍ଚା ଧରିଛି ।

Leave A Reply

Your email address will not be published.

five × two =