ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ପୁରୀ- ରଥ, ପଥ, ଭକ୍ତ ପ୍ରସ୍ତୁତ । ବଡଦାଣ୍ଡରେ ଗଡିବ କାଳିଆ ରଥ । ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ଓ ଉତ୍ସାହ । କୋଟିକୋଟି ଭକ୍ତଙ୍କୁ ଦର୍ଶନ ଦେବେ କାଳିଆ ସାଆନ୍ତ । ରଥଯାତ୍ରା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଜଗତର ନାଥ ଜଗନ୍ନାଥଙ୍କ ଆଗରେ ମୁଣ୍ଡ ନୁଆଁଇଲେ ସର୍ବୋଚ୍ଚ ଅଦାଳତ । କରୋନା ମହାମାରୀ ନେଇ ରଥ ଯାତ୍ରା ବନ୍ଦ କରିବା ପାଇଁ ରୋକ ଲଗାଇଥିବା ସୁପ୍ରିମକୋର୍ଟ ଆଜି ଦେଇଛନ୍ତି ସବୁଜ ସଙ୍କେତ । ସୋମବାର ଦିନ ଏହି ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ନେଇ ଭକ୍ତଙ୍କ ମଧ୍ୟରେ ଲାଗି ରହିଥିଲା ପ୍ରବଳ ଉକ୍ରଣ୍ଠା । ପ୍ରଧାନ ବିଚାର ପତିଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଅଗଣିତ ଭକ୍ତଙ୍କ ଆବେଗତାକୁ ଅନୁଭବ କରି ରଥ ଯାତ୍ରା ପାଇଁ ଦେଲେ ଅନୁମତି । ଏହି ରାୟ ପ୍ରଚାରିତ ହେବା ପରେ ବିଶ୍ୱର କୋଣଅନୁକୋଣେ ଥିବା ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ଖେଳିଯାଇଛି ଆନନ୍ଦର ଲହରି । ରଥଯାତ୍ରା ବନ୍ଦ ହେବା ଖବର ଭକ୍ତଙ୍କୁ ଦୁଃଖ ସାଗରରେ ଭସାଇ ଦେଇଥିଲା । ମାତ୍ର ସୁପ୍ରିମକୋର୍ଟଙ୍କ ପୁନଃ ବିଚାର ସମସ୍ତଙ୍କ ମନରେ ଆଣିଦେଇଛି ଆଶ୍ୱସ୍ତ । ସାମଜିକ ଦୂରତା ଓ ସମସ୍ତ ଗାଇଡଲାଇନକୁ ମାନି ଅନୁଷ୍ଠିତ ହେବ ରଥଯାତ୍ରା ।ମାତ୍ର ବଡଦାଣ୍ଡରେ ଦେଖିବାକୁ ମିଳିବ ନାହଁ ଅଗଣିତ ଭକ୍ତଙ୍କ ସମାଗମ ।

Leave A Reply

Your email address will not be published.

ten + thirteen =