ଅନୁପମାଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଆର୍ଥିକ ସହାୟତା

ଯାଜପୁର, ୨୨.୬ (ନି.ପ୍ର) :ରସୁଲପୁର ବ୍ଳକ ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମର ୧୨ ବର୍ଷର ଝିଅ ଅନୁପମା ଓଝା ଯିଏକି, ପୋଲିଓ ଆକ୍ରାନ୍ତ ତାଙ୍କୁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ନିର୍ଦେଶ କ୍ରମେ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଚ୍ଥି ଅନୁପମା ଷଷ୍ଠ ଶ୍ରେଣୀରେ ଅଧ୍ୟୟନରତା । ତାଙ୍କ ଅସୁସ୍ଥତା ସଂପର୍କରେ ଜିଲ୍ଲାପାଳ ଅବଗତ ହେଲାପରେ ଏହାକୁ ହୃଦୟଙ୍ଗମ କରି ଆର୍ଥିକ ସହାୟତା ନିମନ୍ତେ ହାତ ବଢାଇଥିଲୋ ଅନୁପମାଙ୍କର ସପଂଳ ଅସ୍ତ୍ରୋପ୍ରଚାର ପାଇଁ ଜିଲ୍ଲାପାଳ ତଥା ଯାଜପୁର ସମଗ୍ର ଶିକ୍ଷାର ଅଧ୍ୟକ୍ଷ ଶ୍ରୀ ଦାସ ୩୦ ହଜାର ଟଙ୍କାର ଏକ ଚେକ୍ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାରଙ୍କ ମାଧ୍ୟମରେ ଅନୁପମାର ମାତା ସସ୍ମିତାଙ୍କୁ ପ୍ରଦାନ କରିବା ସଂଗେ ସଂଗେ ତାର ଆଶୁ ଆରୋଗ୍ୟ କାମନା କରିଚ୍ଥନ୍ତି ।

Leave A Reply

Your email address will not be published.

two × 5 =