କଟକ- ରାଜ୍ୟରେ କରୋନା ଜନିତ ମୃତ୍ୟୁ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ପୁଣି କରୋନାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବ୍ୟକ୍ତିଙ୍କ ଘର କଟକ । ଉଭୟ ପୁରୁଷ ଓ ସେମାନଙ୍କ ବୟସ ୭୧ ଓ ୫୩ ବର୍ଷ ହୋଇଥିଲା । ଡାକ୍ତର ଖାନାରେ ଚିକିିିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ପୂର୍ବରୁ ସେମାନେ ଡାଇବେଟିସ ଓ କୀଡିନୀ ଜନିତ ରୋଗରେ ପୀଡିତ ଥିଲେ । ଏଯାବତ କରୋନା ମୃତ୍ୟୁ ସଂଖ୍ୟା ୧୭ରେ ପଂହଚିଛି ।