ରାସ୍ତା ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଯାଜପୁର, ୨୩.୬ (ନି.ପ୍ର): ଯେଉଁ ଅଂଚଳରେ ଗମନାଗମନ ବ୍ୟବସ୍ଥା ଯେତେ ଭଲ ସେ ଅଂଚଳ ସେତିକି ବିକଶିତ । ଗ୍ରାମାଂଚଳକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ରହିଛି । ଏ ବାବଦକୁ କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ହେଉଥିବା ବେଳେ ଯୋଜନାର ତଦାରଖ ଦାୟିତ୍ୱରେ ରହିଛନ୍ତି ପ୍ରଶାସନିକ ଅଧିକାରୀ । ତଥାପି ଗ୍ରାମାଂଚଳବାସି ଯୋଜନାର ସୁଫଳ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଦଶରଥପୁର ବ୍ଲକ ଅଂଚଳରେ ଅନେକ ଗାଁ ରହିଛି ଯେଉଁଠି କି ସ୍ୱାଧୀନତାର ୭୩ ବର୍ଷ ପରେ ବି ସେଠାକାର ଲୋକେ ମୌଳିକ ସବିଧାରୁ ବଂଚିତ ହୋଇଥିବା ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦଶରଥପୁର ବ୍ଲକ୍ କମାରଡ଼ିହି ପଂଚାୟତ ସହିମାଡ଼ (କଂଟାପାରି) ଯେନାସାହି ଗାଁ ରାସ୍ତା ଏହାର ନିଚ୍ଛକ ଉଦାହରଣ । ପ୍ରାୟ ୨୦ ରୁ ୨୫ ଟି ପରିବାର ବସବାସ କରୁଥିବାବେଳେ ଉକ୍ତ ଗ୍ରାମକୁ ଏକ ସବୁଦିନିଆ ରାସ୍ତା ନଥିବାରୁ ଗ୍ରାମବାସୀମାନେ ବହୁ ହଇରଣା ହେଉଛନ୍ତି । ଏଥିନେଇ ବହୁ ଦାବି ପରେ ପ୍ରାୟ ୨ ବର୍ଷ ପୂର୍ବେ କମାରଡ଼ିହି ଠାରୁ ସହିମାଡ଼ (ଜୟଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ) ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଅଦ୍ୟାବଧିଏହି ରାସ୍ତାଟି ଅଧାପନ୍ତରିଆ ଭାବେ ପଡିରହିଛି । ଏଥିନେଇ ସ୍ଥାନୀୟ ଗ୍ରାମବାସୀ ପଂଚାୟତର ସରପଂଚ, ସମିତି ସଭ୍ୟ, ଦଶରଥପୁର ବିଡ଼ିଓଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଂଝାରପୁର ବିଧାୟିକାଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସେହିପରି ଉକ୍ତ ରାସ୍ତାର ମଧ୍ୟସ୍ଥଳରେ ପ୍ରବାହିତ ଏକ ନାଳ ଉପରେ ପ୍ରାୟ ୨୦ ବର୍ଷରୁ ଊଦ୍ଧ୍ୱର୍ହେବ ଏକ ପକ୍କାପୋଲ ନିର୍ମାଣ କରାଯାଇଥିଲେ ମଧ୍ୟ ଉକ୍ତ ପକ୍କାପୋଲର ୨ ପାଶ୍ୱର୍ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇନାହିଁ । ଫଳରେ ଉକ୍ତ ପୋଲଦେଇ ଗାଈଗୋରୁ, ହଳବଳଦ ଏପରିକି ·ଷକାର୍ଯ୍ୟ ପାଇଁ ଟ୍ରାକ୍ଟର ଟିଏ ମଧ୍ୟ ଯାତାୟତ କରିପାରୁନଥିବାରୁ ଚାଷୀମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପୋଲର ଦୁଇପାଶ୍ୱର୍ ସଂଯୋଗୀକରଣ ରାସ୍ତା ନଥିବାବେଳେ ଗ୍ରାମବାସୀମାନେ ଚାନ୍ଦାକରି ବାଉଁଶଭାରାରେ ଯାତାୟତ କରିଥାଆନ୍ତି । ମାତ୍ର ବର୍ଷାଦିନରେ ଏହି ବାଉଁଶଭାରାରେ ଯାତାୟତ କରିବା ବିପଦପୂର୍ଣ୍ଣ ହୋଇପଡୁଛି । ଏପରିକି ଅନେକ ସମୟରେ ଏହି ନାଳ ପାର କରିବା ସମୟରେ ବୃଦ୍ଧବୃଦ୍ଧା ଓ ଅନେକ କୋମଳମତି ଶିଶୁମାନେ ଏହି ପୋଲରୁ ଖସିପଡ଼ି ଆହତ ହେଉଥିôବା ନଜିର ରହିଥିବା ବେଳେ ବର୍ଷା ସମୟରେ ପ୍ରସୂତି ମହିଳା ଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାରେ ଅସୁବିଧାର ସମ୍ମୁଖିନ ହେବାର ପଡିଥାଏ । ଯାହାକୁ ନେଇ ଶୁକ୍ରବାର ସ୍ଥାନୀୟ ଗ୍ରାମବାସୀ ଯାଜପୁର ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଲିଖିତଭାବେ ଏକ ଦାବିପତ୍ରଦେବା ସହ ଆସନ୍ତା ୧୫ ଦିନ ମଧ୍ୟରେ ରାସ୍ତାକାର୍ଯ୍ୟ ଆରମ୍ଭ କରିବାକୁ ସହିମାଡ଼ ଦଳିତ ସାହି ବାସିନ୍ଦଙ୍କ ପକ୍ଷରୁ କମାରଢିହି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଗ୍ରାମର ଉର୍ବଶୀ ନାୟକ, ବାଇଧର ଯେନା, ଚୌଧୁରୀ ଯେନା, ରମାମଣୀ ଯେନା, ଶ୍ରୀନାଥ ଯେନା, ମଞ୍ଜୁଲତା ରାଉତ, ନିରଂଜନ ଯେନା, ଶ୍ରୀକାନ୍ତ ଯେନାଙ୍କ ସମେତ ସମସ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

3 × five =