ଜଗତସିଂହପୁର- ଟିକଟକ ପୁଣି ହୋଇଛି କାଳ । ଟିକ୍ଟକ ପାଇଁ ସୁଂଟି କରିବାକୁ ନଦୀକୂଳକୁ ଯାଇଥିବା ୪ ଜଣ ଭାଇଭଉଣୀ ଭାସି ଯାଇଛନ୍ତି । ଜଗତସିଂହପୁର ଜିଲ୍ଲା ମାଛଗାଁ ଅଂଚଳର ଦେବୀନଦୀରେ ଏହି ଦୁଃଖଦ ଘଟଣା ହୋଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାରେ କରାଯାଇଛି । ଗୁରୁତର ନାବାଳକକୁ ବାଲିକୁଦା ଡାକ୍ତରଖାନାରେ ଏବଂ ୨ ନାବାଳିକାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମୃତ ନାବାଳିକା ଘର ଜଗତସିଂହପୁର ଥାନା ରାଇବରେଇ ଗାଁର । ଆହାତ ୩ଜଣଙ୍କ ଘର ଦେବପଡା ଓ ଓଷକଣା ଗ୍ରାମର । ସୂଚନା ମୁତାବକ ୪ ଜଣ ମାମୁଁ ଘର ବୁଲିବା ପାଇଁ ଆସିଥିଲେ । ଘର ଛାତ ପଡୁଥିବାବେଳେ ୪ ଭାଇଭଉଣୀ ନନୀ କୂଳକୁ ଟିକଟକ କରିବା ପାଇଁ ଯାଇଥିଲେ । ସମସ୍ତେ ଟିକଟକ କରିବାରେ ବ୍ୟସ୍ତ ଥିଲେ । ଅସାବଧାନତା ହେତୁ ଜଣେ ନଦୀ ଭିତରକୁ ଖସି ପଡିଥିଲା । ଜଣକୁ ବଂଚାଇବା ପାଇଁ ଜଣଙ୍କ ପରେ ଜଣେ ନଦୀ ଭିତରକୁ ପଣିଥିଲେ । ତେବେ ପାଣି ସୁଅରେ ସମସ୍ତେ ଭାସିଯାଇଥିଲେ । ପାଣି ସୁଅରେ ଭାସିଯାଉଥିବା ଦେଖ ନଦୀ ଉପରେ ଥିବା ଅନ୍ୟ ଜଣେ ଝିଅ ମାମୁ ଘର ଲୋକଙ୍କୁ ଡାକି ନିଜେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନଦୀ ଭିତରେ ପଣିଥିଲା । ସେ ମଧ୍ୟ ସୁଅରେ ଭାସିଯାଇଥିଲା । ନଦୀ କୂଳରେ ମାମୁଁ ଘର ଲୋକ ପଂହଚି ୪ ଜଣଙ୍କୁ ଉଦ୍ଧାର କରିଥିଲେ । ଖବରପାଇ ବାଲିକୁଦା ଅଗ୍ନିଶମ ବିଭାଗ ପଂହଚିଥିଲା । କିନ୍ତୁ ଉଦ୍ଧାର ବେଳକୁ ଜଣଙ୍କର ମୃତ୍ୟୁ ହୋଇଥିଲା ।