ଗୁଡାରି ବ୍ଲକର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ

ରାୟଗଡା- ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ ବେହେରା ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଯନା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । କରୋନା ପାଇଁ ସରକାରଙ୍କ ନିର୍ଦେଶନାମମା ଓ ପ୍ରବାସୀ ଶ୍ରମିକମାନଙ୍କୁ ଅଧିକରୂୁ ଅଧିକ ଭାବରେ ଶ୍ରମଭିତିକ କର୍ମ ସଂସ୍ଥାନ ଯୋଗାଇବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ବିଭିନ୍ନ ବ୍ଲକରୁ ତୁହାକୁ ତୁହା ଗସ୍ତ କରିବାରେ ଲାଗିଛନ୍ତି । ଆଜି ଗୁହାରି ବ୍ଲକର ଏମ.କେ.ରାୟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୀମାଦି୍ର କୁଡି ଗ୍ରାମରେ କରା ସିଂଘା ପୋଖରୀ ମନରେଗା ଯୋଜନାରେ ଚାଲ୍ଥିବା ପୁନରୁଦ୍ଧାର କାମ ବୁଲି ଦେଖୁଥିଲେ ।

ଏହାପରେ ସ୍ୱର୍ଗୀଗୁଡା ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା ସର୍ଗୀଗୁଡା ପୋଖରୀ ପୁନରୁଦ୍ଧାର କାମ ବୁଲି ଦେଖିବା ସହ ଶ୍ରମିକମାନଙ୍କ ସହିତ ମଜୁରୀ ଠୀକ ଭାବରେ ପାଉଛନ୍ତିକି ନାହିଁ ସେସମ୍ବନ୍ଧରେ ପଚାରି ବୁଛୁଥିଲେ । ଜିଳ୍ଲାପାଳ ଏହି କାମରେ ଲାଗିଥିବା ପ୍ରବାସୀ ଶ୍ରମିକ ମାନଙ୍କ ସହିତ ମଧ୍ୟ ଆଲୋଚନା କରୁଥିଲେ । ଏହାପରେ ଗ୍ରାମବାସୀମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଶେଷ କରି ସାଧାରଣ ବଂଟନ ବ୍ୟବସ୍ଥାରେ ଚାୁଳ ଠିକରେ ଦିଆହଉଛି କି ନାହିଁ ପଚାରି ବୁଝୁଥିଲେ । ମେଟକୁ ଠିକରେ ଶ୍ରମିକମାନଙ୍କୁ ନିୟମିତ ଭାବରେ ମଜୁରୀ ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହାପରେ ଶିରିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଧଗୁଡା ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା ରେଙ୍ଗାବନ୍ଧ ପୋଖରୀ ପୁନରୁଦ୍ଧାର କାମ ଓ ସଲୁଇସ ଗେଟ ପରିଦର୍ଶନ କରିଥିଲେ ।

ସେଠାରେ କାର୍ଯ୍ୟରତ ଶ୍ରମିକ, ମିସ୍ତ୍ରୀ  କାର୍ଯ୍ୟତଦାରଖ କରୁଥିବା ମେଟ ସହିତ ମଜୁରୀ ଦିଆନିଆ ବିଷୟରେ ଆଲୋଚନା କରିଥିଲେ । ସରକାଙ୍କ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ ସହାୟତା, ମନରେଗା ମଚୁରୀ, ପ୍ରସ୍ତାହନା ରାଶି ଗ୍ରାମବାସମାନେ ପାଉଛନ୍ତି କି ନାଇଁ ପଚାରି ବୁଝିବା ସହ ବିଭିନ୍ନ ସାମାଜିକ ସହାୟତା ଯୋଜନା ଯଥା ବାର୍ଦ୍ଧକ୍ୟ ଭତା, ବିଧବା ଭତା ଓ ଚାଉଳ ପାଉଛନ୍ତି କି ନାଇଁ ପଚାରି ବୁଝୁଥିଲେ । ଗ୍ରାମ ବାସୀଙ୍କୁ ହାତଧୁଆ ଏବଂ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ ।ଏହି ପରିଦର୍ଶନ ବେଳେ ଜିଲ୍ଳାପାଳ ସହିତ ବିଡିଓ ଗୁଡାରୀ ଶ୍ରୀ ନୃସିଂହ ଚରଣ ସେଠୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.

three × 5 =