ପାଂଚହଜାର ବ୍ୟକ୍ତିଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର- ରଥ ଯାତ୍ରାରେ ସାମିଲ ହୋଇଥିବା ପଂଚହଜାର ବ୍ୟକ୍ତିଙ୍କର ହେବ କୋଭିଡ ଟେଷ୍ଟ । ବୁଧବାର ପୁଲିସ କର୍ମଚାରୀଙ୍କ ଟେଷ୍ଟ ହୋଇଥିବା ବେଳେ ସମସ୍ତ ସେବାୟତ ଓ ସଫେଇ କର୍ମଚାରୀଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ । ପୁରୀ ସର୍କିଟ ହାଉସରେ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ଅଢେଇ ହଜାର ସେବାୟତଙ୍କ ୨ ରାଉଣ୍ଡ କୋଭିଡ ଟେଷ୍ଟ ହେବ ଓ ରଥ ଦକ୍ଷିଣ ମୋଡ ପୂର୍ବର ଏହି ପ୍ରକ୍ରିୟା ସରିବ । ଏହାବ୍ୟତୀତ ପୁରୀ ସହରକୁ ସାନିଟାଇଜ କରାଯିବ ବୋଲି ଶ୍ରୀ ମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷା ସୁରେଶ ମାହାପାତ୍ର କହିଛନ୍ତି । ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟା ଉପରେ କିଛି ସାଲିସ କରାଯିବ ନାହିଁ ବୋଲି କହିଥିଲେ । ଯଦି କୌଣସି ସମସ୍ୟା ଉପୁଜେ ତେବେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଦାୟୀ ରହିବ ବୋଲି ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.

four × one =