ରୋଜଗାର ଦେଇ ରେକର୍ଡ କରିବେ ଯୋଗୀ ସରକାର

ଲକ୍ଷ୍ନୌ: କୋଟିଏ ଲୋକଙ୍କୁ ଏକାଥରେ ରୋଜଗାର ଦେଇ ରେକର୍ଡ କରିବେ ଯୋଗୀ ସରକାର । ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦ୍ତ୍ୟନାଥ ୨୬ ଜୁନ୍ ରେ କୋଟିଏ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଏହାର ଶୁଭାରମ୍ଭ ହେବ ବୋଲି ସୂଚନା ମିଳିଛି । ଚାକିରି ପାଉଥିବା ଲୋକଙ୍କ ମଧ୍ୟରୁ ୫୦% ମନରେଗା ଯୋଜନାରେ ଅର୍ନ୍ତଭୁକ୍ତ ହୋଇଛନ୍ତି । ସରକାରଙ୍କ ଏଭଳି ପଦକ୍ଷେପରେ ସବୁ ମହଲରୁ ତାଙ୍କ ପ୍ରତି ପ୍ରସଂଶାର ବାର୍ତା ଛୁଟି ଆସୁଛି । ଏକସଂଙ୍ଗେ କୋଟିଏ ଲୋକଙ୍କୁ ରୋଜଗାର ଦେବାରେ ଉତରପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଭାବେ ବିବେଚିତ ହେବାକୁ ଯାଉଛି । ମନରେଗା ଛଡା ସ୍କିଲ୍ଡ ୱାର୍କ ଅନୁସାରେ ଉଦ୍ୟୋଗ, କମ୍ପାନି ଏବଂ ବଡ ବଡ ସଂସ୍ଥାରେ ଲୋକଙ୍କୁ ଚାକିରି ଯୋଗାଇ ଦିଆଯିବ । ଏଥିପାଇଁ ରିୟଲିଷ୍ଟେଟ୍ ଘବକ୍ସରୟମକ୍ଟ ଏକାକି ଏକଲକ୍ଷ ଲୋକଙ୍କୁ ଚାକିରି ଦେବା ପାଇଁ ସରକାରଙ୍କ ସହ କଥାବାର୍ତା କରିଛି । ଏହି ରୋଜଗାର ଯୋଜନାରେ ବେକାରୀ ଯୁବକ , ଶ୍ରମିକ ମାନଙ୍କୁ ଅର୍ନ୍ତଭୁକ୍ତ କରାଯିବ । ତାଲା ବନ୍ଦ ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ କୌଣସି ରାଜ୍ୟ ସହ ଜଡିତ ଏଭଳି ରୋଜଗାର ଯୋଜନାରେ ଯୋଗ ଦେବେ ।

Leave A Reply

Your email address will not be published.

10 + one =