କଟକ,୨୪.୦୬ (ନି.ପ୍ର) :  ମାଆର ଶ୍ରାଦ୍ଧ କର୍ମରେ ଯୋଗ ଦେବାପାଇଁ ତିହାର ଜେଲରେ  ଥିବା ସନ୍ଧିଗ୍ଧ ଆତଙ୍କବାଦୀ  ଅବଦୁଲ ରେହମନ ୪ଘଂଟିଆ ପାରୋଲରେ ନିଜ ଗ୍ରାମ ପଶ୍ଚିମକଚ୍ଚ ଗାଁକୁ ଆସିଛି  । ଦିଲ୍ଲୀ କୋର୍ଟ ୪ଘଣ୍ଟା ପାଇଁ ପାରୋଲ ଅନୁମତି ଦେଇଥିବାରୁ କଡା ସୂରକ୍ଷା ଭିତରେ ରେହମନକୁ ନିଜ ପୈତୃକ ଘରକୁ ଅଣାଯାଇଛି ।
 ଆଜି ଶ୍ରାଦ୍ଧ କାମକରି ଜେଲକୁ ପୁଣି ଫେରିବ ରେହମନ ।