ରାମଦେବଙ୍କ କରୋନା ଔଷଧକୁ ବିରୋଧ

ନୂଆଦିଲ୍ଲୀ: ପତଞ୍ଜଳିର କରୋନିଲ ଔଷଧ ନେଇ ବିବାଦରେ ଏବେ ବାବା ରାମଦେବ । ବାବା ରାମଦେବ ଦାବି କରିଥିଲେ ଯେ କରୋନାର ଉପଚାରରେ ଆୟୁର୍ବେଦ ଔଷଧ କରୋନିଲ ଫଳପ୍ରଦ ହେବ କିନ୍ତୁ ଏହାର କୈାଣସି ସୁଫଳ ମିଳିନଥିବାରୁ ଏବେ ଅଡୁଆରେ ପଡିଛନ୍ତି ବାବା ରାମଦେବ । ରାଜସ୍ଥାନ ପରେ ମହାରାଷ୍ଟ ମଧ୍ୟ ଔଷଧ ଉପରେ ବ୍ୟାନ ଲଗାଇଛି । ରାଜ୍ୟର ଗୃହମନ୍ତ୍ରୀ କହିଛନ୍ତିଯେ , କରୋନିଲର କ୍ଲିନିକାଲ ଟ୍ରାଏଲ ନେଇ କିଛିବି ପ୍ରମାଣ ନଥିବାରୁ ମହାରାଷ୍ଟରେ କରୋନିଲ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆୟୁଷ ମନ୍ତ୍ରାଳୟ ଏହାର ଔଷଧ ବିକ୍ରି ନେଇ ଆପତି କରିଥିବା ବେଳେ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବା ସହ ଯାଂଚ ପାଇଁ ବି ନିର୍ଦେଶ ଦେଇଥିଲା । ପୂର୍ବରୁ ରାଜସ୍ଥାନ ଏହି ଔଷଧ ବିକ୍ରି ଉପରେ ରୋକ୍ ଲଗାଇସାରିଛି । ରାଜସ୍ଥାନ ସରକାର କହିଥିଲେ ଯେ , ଆୟୁଷ ମନ୍ତ୍ରାଳୟର ବିନା ଅନୁମତିରେ କୈାଣସି ଆର୍ୟୁବେଦିକ ଔଷଧ ବିକ୍ରି କରିବା ପାଇଁ ଅନୁମତି ଦିଆଯିବ ନାହିଁ । ଏପରିକି ଏଭଳି ବିକି୍ର ହେଲେ ବିକ୍ରେତାଙ୍କ ଉପରେ ଶକ୍ତ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି ରାଜସ୍ଥାନ ସରକାର କହିଛନ୍ତି । ଏହା ସହିତ ଉତରାଖଣ୍ଡର ଆୟୁର୍ବେଦ ବିଭାଗ ବି ପତଞ୍ଜଳି ଦାବିକୁ ଭୂଲ ବୋଲି କହିଛି ।

Leave A Reply

Your email address will not be published.

13 + 17 =