ବିପଦ ସଙ୍କୁଳ ଅବସ୍ଥାରେ ପାର ହେବାକୁ ପଡୁଛି ନଦୀ

ଭୁବନେଶ୍ୱର: ଜୀବିକା ବଡ ନାଁ ଜୀବନ ଦ୍ୱନ୍ଦରେ ମଣିଷ । ବର୍ଷା ରୁତୁ ଆରମ୍ଭରୁ ସୁନ୍ଦରଗଡ ଜିଲ୍ଲା ନୂଆ ଗାଁ ବ୍ଲକ ବାସିଦାଙ୍କ ଦୁଃଖ ବଢିଛି । କୋଭିଡ କଟକଣା ଯୋଗୁଁ ଡଙ୍ଗା ଚଳାଚଳ ବନ୍ଦ ରହିଥିବାରୁ ଲୋକଙ୍କୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ବର୍ଷା ରୁତୁରେ ନଦୀ ପାର ହେବାକୁ ଭରା ନଦୀରେ ସାଇକେଲ ଓ ଅନ୍ୟାନ୍ୟ ଜିନିଷ ମୁଣ୍ଡରେ ବୋହି ଦେଓ ନଦୀ ପାର ହେଉଛନ୍ତି । ରାଉରକେଲାକୁ ଯିବାପାଇଁ ଲୋକ ବିପଦଜନକ ଭାବେ ସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ ମୁଣ୍ଡାଇ ନଦୀ ପାର ହେବାକୁ ପଡୁଛି । ନଦୀରେ ପାଣି ବଢିଲେ ସେଦିନ ଘରେ ଚୁଲି ଜଳିବା ବନ୍ଦ । ସେହିପରି ଦେଓ ନଦୀ ଉପରେ ପୋଲ ନିର୍ମାଣ କାମ ମନ୍ଥର ଗତିରେ ଚାଲୁଥିବାରୁ ଲୋକ ବିପଦଜନକ ଜଳଯାତ୍ରା କରିବାକୁ ବାଧ୍ୟ ହେଇଛନ୍ତି । କୋଏଲ ନଦୀର ହମିରପୁର ଓ ବୈକୁଣ୍ଠ ଘାଟରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.

three + eighteen =