ପଶ୍ଚିମବଙ୍ଗରେ ବଢିଲା ଲକଡାଉନ ଅବଧି

କୋଲକତା- ପଶ୍ଚିମବଙ୍ଗରେ ଜୁଲାଇ ୩୧ ଯାଏଁ ବଢିଲା ଲକଡାଉନ ଅବଧି । ଜୁନ ୩୦ ତାରିଖରେ ଲକଡାଉନ ୦.୫ ଅବଧି ଶେଷ ହେବାକୁ ଯାଉଥିବା ବେଳେ ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ବଢାଇ ଦେଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲକଡାଉନ ବଳବତର ରହିବା ଦରକାର ବୋଲି ସର୍ବଦଳୀୟ ବୈଠକରେ ମମତା କହିଛନ୍ତି । ସେହିପରି ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିବ । ସେ ଆହୁରି ମଧ୍ୟ କହିଛନ୍ତି ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ସମସ୍ତ ସେବା ଯୋଗାଇଦେବା । ଘରୋଇ ହସ୍ପିଟାଲ ମାନଙ୍କ ମନମୁଖୀ କାର୍ଯ୍ୟ ଉପରେ ମଧ୍ୟ ରୋକ ଲଗାଇବାକୁ ଦାବି ହୋଇଛି । ମମତା ବାନାର୍ଜୀ ଏହା ଉପରେ ନଜର ରଖିବେ ବୋଲି କହିଛନ୍ତି ।

Leave A Reply

Your email address will not be published.

eleven − 1 =