ଯାଜପୁର,୨୫.୦୬.(ନିପ୍ର) :କରୋନା ମହାମାରୀ ସମୟରେ ମାନବ ସେବା ଫାଉଣ୍ଡେସନ୍ ପକ୍ଷରୁ ନିରନ୍ତର ସେବା କାର୍ଯ୍ୟ ଜାରି ରହିଛି । ଅନୁଷ୍ଠାନ ପକ୍ଷରୁ ଅଦ୍ୟାବଧି ବିଭିନ୍ନ ଅଂଚଳରେ ରନ୍ଧା ଖାଦ୍ୟ ଏବଂ ଶୁଖିଲା କାର୍ଯ୍ୟ ଯୋଗାଇ ଦିଆଯାଇଛି । ଲକ୍ଡାଉନ୍ର ପଂଚମ ପର୍ଯ୍ୟାୟରେ ଫାଉଣ୍ଡେସନ୍ର ଅଗ୍ରଣି କାର୍ଯ୍ୟକର୍ତା ନିରବଚ୍ଛିନ୍ନ ଭାବେ ଯାଜପୁର ଓ ଦଶରଥପୁର ବ୍ଲକର ବିଭିନ୍ନ ଗ୍ରାମାଂଚଳରେ ବସବାସ କରୁଥିବା ହଜାରରୁ ଉର୍ଦ୍ଧ୍ଵ ଆର୍ଥିକ ଅନଗ୍ରସର, ଶ୍ରମିକ ଶ୍ରେଣୀୟ ଲୋକଙ୍କୁ ଶୁଖିଲା ଖାଦ୍ୟ, ସାବୁନ୍, ମାକ୍ସ ଆଦି ଉପକରଣ ଯୋଗାଇ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶେଷ ରଜ ଦିବସରେ ଅନୁଷ୍ଠାନର ସଦସ୍ୟମାନେ ସମ୍ମିଳିତ ଭାବେ ଦଶରଥପୁର ବ୍ଲକର ସାନଦୋଗଡା ସମେତ ଯାଜପୁର ବ୍ଲକ୍ ଅର୍ନ୍ତଗତ ମିରଚାନ୍ଦପୁର ଗ୍ରାମରେ ବସବାସ କରୁଥିବା ଶତାଧିକ ପରିବାରକୁ ଶୁଖିଲା ଖାଦ୍ୟ ବିତରଣ କରିବା ସହ ମିରଚାନ୍ଦପୁର ଗ୍ରାମ ଦଳିତ ସାହିର ୨୦ରୁ ପରିବାରଙ୍କ ଅସଜଡା ଛପର ସଜାଡିବାକୁ ୨୦ ଗୋଟି ଜରି ପାଲ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏହିସବୁ ପରିବାରର କୁନି କୁନି ପିଲାମାନଙ୍କୁ ନୂତନ ପୋଷାକ ଓ ମିଷ୍ଠାନ ବଂଟନ କରାଯାଇ ରଜ ପାଳନ ହୋଇଥିଲା ।