ଲୋକାୟୁକ୍ତଙ୍କ ୱେବସାଇଟ୍ ଲୋକାର୍ପିତ

ଭୁବନେଶ୍ୱର: ଆଜି ଲୋକାୟୁକ୍ତ, ଓଡ଼ିଶାଙ୍କ ୱେବସାଇଟ୍ ଲୋକାର୍ପିତ ହୋଇଛି । ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂହଙ୍କ ଦ୍ୱାରା ଏହି ୱେବସାଇଟ୍ ଲୋକାର୍ପିତ ହୋଇଥିଲା । ଲୋକାର୍ପଣ ଉସତ୍ସବରେ ଲୋକାୟୁକ୍ତ ସଦସ୍ୟ ଜଷ୍ଟିସ୍ ବିଜୟ କୁମାର ନାୟକ, ଦେବବ୍ରତ ସ୍ୱାଇଁ, ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା, ଲୋକାୟୁକ୍ତ ସଚିବ ମାନସ କୁମାର ତ୍ରିପାଠୀ, ଏନଆଇସି, ଭୁବନେଶ୍ୱର ବୈଷୟିକ ନିର୍ଦେଶକ ହରପ୍ରସାଦ ଦାସ, ଏନ୍ଆଇସି, ଭୁବନେଶ୍ୱର ମହାପ୍ରବନ୍ଧକ ସମ୍ବିତ କୁମାର ପାତ୍ର ଓ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ । ୱେବସାଇଟ୍ http://lokayukta.odisha.gov.inରେ ଆବଶ୍ୟକ ତଥ୍ୟ ଜନସାଧାରଣ ପାଇପାରିବେ । ଏହା ଜରିଆରେ ଜନସାଧାରଣଙ୍କୁ ଲୋକୟୁକ୍ତ, ଓଡ଼ିଶାଙ୍କ କାର୍ଯ୍ୟ ସମ୍ବନ୍ଧରେ ସବିଶେଷ ସୂଚନା ମିଳିପାରିବ । ଅଭିଯୋଗର ସ୍ଥିତାବସ୍ଥା ଏବଂ ଲୋକାୟୁକ୍ତଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଏହାସହ ଲୋକାୟୁକ୍ତଙ୍କ ନିକଟରେ ଦାଏର ହୋଇଥିବା ଅଭିଯୋଗ ଗୁଡିକର ଶୁଣାଣି ଜାଣିବା ସମ୍ବନ୍ଧରେ ଅଭିଯୋଗକାରୀ ଓ ପ୍ରତିପକ୍ଷମାନେ ତଥ୍ୟ ପାଇପାରିବେ ।

Leave A Reply

Your email address will not be published.

nine − six =