୨୨ଶହ ଟଙ୍କାରେ କୋଭିଡ ଟେଷ୍ଟ

ଭୁବନେଶ୍ୱର- ଏଣିକି ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ପାଇଁ ୪.୫୦୦ଟଙ୍କା ପରିବର୍ତେ୨୨ ଶହ ଟଙ୍କା ଦେବାକୁ ପଡିବ । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏ ନେଇ ଶନିବାର ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀଙ୍କୁ ଅନେକ ସମୟରେ ମନା କରା ଯାଉଥିବା ଅଭିଯୋଗ ହେଉଛି । ତେଣୁ ରାଜ୍ୟ ସରକାର ଘରୋଇ ମେଡିକାଲକୁ ଜରୁରୀ ଅବସ୍ଥାରେ ଆସୁଥିବା ରୋଗୀମାନଙ୍କୁ ଆଇସୋଲେସନ ୱାର୍ଡରେ ରଖିବା ପାଇଁ ତାଗିଦ କରିଥିଲେ । ରୋଗୀଙ୍କ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅନ୍ୟତ୍ର ରେଫର କରିବାକୁ ବାରଣ କରାଯାଇଥିଲା । ଆଇସିଏମଆର ପକ୍ଷରୁ ରାଜ୍ୟରେ ସମୁଦାୟ ୨୧ ଲ୍ୟାବକୁ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିଥିବା ବେଳେ ୫ ଟି ଘରୋଇ ଲ୍ୟାବ ରହିଛିି । ଆପୋଲ ହସ୍ପିଟାଲ, ସମ ହସ୍ପିଟାଲ ଓ ଡିଏନଏ ଲାଇଫ ସାଇନ୍ସ କିଟ ଟିବିଆଇକୁ ଆର- ଟିପିସିଆର ପାଇଁ ଅନୁମତି ମିଳିଥିବା ବେଳେ ଆମ୍ରି ହସ୍ପିଟାଲ ଓ କିମସରେ ସିବିନାଟ ମେସିନରେ ପରୀକ୍ଷା ପାଇଁ ଆଇସିଏମଆର ଅନୁମତି ଦେଇଛି । ପୂର୍ବରୁ କେନ୍ଦ୍ର ସରକାର ଘରୋଇ ଲ୍ୟାବରେ କୋଭିଡ ପରୀକ୍ଷା ନେଇ ସାଢେ ଚାରିହଜାର ଟଙ୍କା ଧାର୍ଯ୍ୟ କରିଥିଲେ । ମାତ୍ର ରାଜ୍ୟ ସରକାର ଏହାକୁ କମାଇ ଦେଇଛନ୍ତି ।

Leave A Reply

Your email address will not be published.

5 × 3 =