କରୋନା କଟକଣାକୁ ମାନୁ ନାହାଁନ୍ତି ଘରୋଇ ହସ୍ପିଟାଲ

ଭୁବନେଶ୍ୱର- ସରକାରଙ୍କ କୋଭିଡ କଟକଣାକୁ ମାନୁନାହାନ୍ତି ପ୍ରାଇଭେଟ ହସ୍ପିଟାଲ । ତେଣୁ ଅଧିକାଂଶ କରୋନା ଯୋଦ୍ଧା ସଂକ୍ରମିତ ହେଉଛନ୍ତି । ଗତ ଦୁଇ ଦିନ ପୂର୍ବେ ଏକ ପ୍ରାଇଭେଟ ମେଡିକାଲରୁ ୨୭ ଆକ୍ରାନ୍ତ ଚିହ୍ନଟ ହେବାପରେ ଗତକାଲି ମଧ୍ୟ ସରକାରୀ ହସ୍ପିଟାଲରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଏହା ଉପରେ ରୋକ ଲଗାଇବା ପାଇଁ ୩ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ବିଭିନ୍ନ ହସ୍ପିଟାଲ ସମେତ ନର୍ସିଂହୋମ ପରିଦର୍ଶନ କରି ଗାଇଡଲାଇନ ପାଳନ ନେଇ ଯାଂଚ କରାଯିବ । ଏହି ଟିମରେ ଜଣେ ଏକଜିକୁ୍ୟଟିଭ ମାଜିଷ୍ଟେ୍ରଟ, ପୁଲିସ ଅଧିକାରୀ ଓ ଡାକ୍ତର ରହିବେ । ଇନଫେକସନ କଂଟ୍ରୋଲ ପ୍ରୋଟୋକଲ ମାନୁ ନଥବାରୁ ପୂର୍ବରୁ ଡିଏମଇଟି ତାଗିଦ କରିଥିଲେ । ଏହି ଗାଇଡଲାଇନ ଅନୁସାରେ ସମସ୍ତ ଘରୋଇ ମେଡିକାଲ ନିଜ ର୍କମଚାରୀଙ୍କୁ ଇନଫେକସନ କଂଟ୍ରୋଲ ପ୍ରଟୋକଲ ସଂପର୍କରେ କିପରି ପ୍ରଶିକ୍ଷଣ ଦିଆଯାଉଛି ସେ ନେଇ ୭ ଦିନ ମଧ୍ୟରେ ଜଣାଇବେ । ଏହା ସହିତ ହସ୍ପିଟାଲରେ ପ୍ରୋଟୋକଲ ଠିକ ଭାବେ ପାଳନ ହେଇଛିକି ନାହିଁ ତାହା ମଧ୍ୟ କଡାକଡି ଯାଂଚ କରାଯିବ ।

Leave A Reply

Your email address will not be published.

14 + 17 =