ନିରଞ୍ଜନ ଗଣିଲେ ୫୦୦ ଟଙ୍କା ଜୋରିମାନା

ଭୁବନେଶ୍ୱର- କୋଭିଡ -୧୯ ନିୟମ ଉଲ୍ଲଘଂନ କରି ଜୋରିମାନା ଗଣିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସାମାଜିକ ଦୂରତା ନିୟମ ନମାନି ରାସ୍ତା ଉପରେ ଆନ୍ଦୋଳନକରୁଥିବା କାରଣ ନେଇ ପିସିସି ସଭାପତିଙ୍କୁ ୫୦୦ ଟଙ୍କା ଜୋରିମାନା କରିଛି କମିଶନରେଟ ପୁଲିସ । ସେହିପରି ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର,ଆପ ପାର୍ଟିର ନିଶିକାନ୍ତ ମହାପାତ୍ର, ସିପିଆଇଏମର ଅଳି କିଶୋର ପଟ୍ଟନାୟକ, ସିପିଆଇର ଆଶିଷ କାନୁନଗୋ ଏବଂ କଂଗ୍ରେସ ସାଂସଦ ସପ୍ତଗରୀର ଉଲ୍ଲାକାଙ୍କ ବିରୋଧରେ ୫୦୦ ଟଙ୍କା ଲେଖାଏଁ ଚାଲାଣ କଟାଯାଇଛି । କରୋନା ପରିଚାଳନାରେ ବିଭ୍ରାଟ ଅଭିଯୋଗ ନେଇ କଂଗ୍ରେସ ନେତୃତ୍ୱରେ ମାଷ୍ଟର କ୍ୟାଟିଂନ ଛକରେ ୧୩ ରାଜନୈତିକ ଦଳ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ଯୋଗୁଁ ପୁଲିସ ଏହି ପଦକ୍ଷେପ ନଇଛି ।

Leave A Reply

Your email address will not be published.

ten − 4 =