୧୭୦୦ ଲିଟର କିରାସିନି ସହ ପିକ୍ଅପ୍ ଜବତ

ବାଲିକୁଦା: ଚିଙ୍ଗୁଡି ଘେରିକୁ କିରାସିନି ଚୋରା ଚାଲାଣ ହେଉଥିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡି ଯାଇଛି । ତେବେ ବାଲିକୁଦା ବ୍ଲକର ସମୁଦ୍ର କୁଳିଆ ଅଂଚଳରେ ଥିବା ବିଭିନ୍ନ ଚିଙ୍ଗୁଡ ଘେରିକୁ ରିତୀ ମତ କିରୋସିନି ଚୋରା ଚାଲାଣ ହେଉଥିବା ଅଭିଯୋଗ ବହୁ ଦିନରୁ ହୋଇ ଆସୁଥିଲା । ଗାଁ ଲୋକେ ଏହି ଚୋରା କିରାସିନି ସମେତ ଏକ ପିକଅପ୍ ଭ୍ୟାନକୁ କାବୁ କରି ପୁଲିସ ଜିମା ଦେଇଛନ୍ତି । ଖବର ପାଇ ଯୋଗାଣ ବିଭାଗର ଅଧିକାରି ମାନେ ପହତି କେଉଁଠୁଏହି କିରାସିନି ଆସିଥିଲା ଓ କେଉଁଠାକୁ ଯାଉଥିଲା ତାହାର ଖୋଳତାଡ ଆରମ୍ଭ କରିଛି । ମିଳିଥିବା ସୁଚନା ମୁତାବକ ଗତକାଲି ରାତି ପ୍ରାୟ ୨ ଟା ସମୟରେ ଓଡି ୨୧ ଡି ୨୩୫୭ ନମ୍ବର ବିଶିଷ୍ଟ ଏହି କିରାସିନି ବୋଝେଇ ପିକଅପ ଭ୍ୟାନଟି କୁଷୁପୁର ପଂଚାୟତ ନଗରପଡା ଆଡେ ଯାଉଥିବା ବେଳେ ଗାଁ ଲୋକଙ୍କ ନଜରରେ ପଡି ଯାଇଥିଲା । କିରାସିନି ଚୋରା ଚାଲାଣ ହେଉଥିବା ଭାବି ଗାଁ ଲୋକେ ସେହି କିରାସିବନି ବୋଝେଇ ଭ୍ୟାନଟିକୁ ଅଟକାଇ ରଖି ଅନନ୍ତପୁର ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଂଚି କିରାସିନି ଗାଡିଟିକୁ ଜବତ କରିବା ସହିତ ଫାଣ୍ଡିକୁ ଆଣିଥିଲା । ମାତ୍ର ସେତେବେଳକୁ ଗାଡିର ଚାଳକ ଫେରାର ହୋଇ ଯାଇଥିଲା । ଖବର ଜଗତସିଂହପୁର ସଦର ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ସଲ୍ଲାଉଦ୍ଧିନ ଖାଁ ଓ ପ୍ରଦ୍ୟୁମ୍ନ ରାଉତରାୟ ଏବଂ ବାଲିକୁଦା ଯୋଗାଣ ନିରିକ୍ଷୀକା ଅରୁଣା ସ୍ୱାଇଁ ପ୍ରମୁଖ ବାଲିକୁଦା ଥାନାରେ ପହଂଚି ଘଟଣାର ଅନୁ୍ମାନ କରିବା ସହିତ ଜବତ କିରାସିନି ଓ କିରାସିନି ବୋଝେଇ ଗାଡିକୁ ଅନନ୍ତପୁର ଫାଣ୍ଡିରୁ ବାଲିକୁଦା ଥାନାକୁ ଆଣିବାକୁ ପେରାମର୍ଶ ଦେଇଥିଲେ । ତେବେ ଏହି କିରାସିନି ଚିଙ୍ଗୁଡି ଘେରିକୁ ଯାଉଥିଲା ଓ ଘେରି କରିଥିବା ମାଲିକ ବା ଚାଷୀ ମାନେ ଏହି କିରାସିନି ଘେରିକୁ ନେଉଥିବା ଜଣା ପଡିଛି । ମାତ୍ର ଏହା କେଉଁ ଡିଲର ପଏଣ୍ଟରୁ ଆସିଥିଲା କିମ୍ବା ବାହାରୁ କେଉଁଠାରୁ ଆସି ଏଠାରେ ପହଞ୍ଚା ଯାଇଥିଲା ତାହାର କୌଣସି ସଠିକ ବିବରଣି ମିଳି ପାରି ନାହିଁ । ଅନ୍ୟ ପକ୍ଷରେ ଦୁଇ ଦିନ ଲକ ଡାଉନ ଥିବାରୁ ଆସନ୍ତା ସୋମବାର ଦିନ ବାଲିକୁଦା ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ମାମଲାକୁ ଜିଲ୍ଲାପାଲଙ୍କ କୋର୍ଟକୁ ପଠାଇବାର ବନେ୍ଦାବସ୍ତ କରାଯିବ ବୋଲି ଜାଣିବାକୁ ମିଳିଛି । ଏହା କରାଯିବା ପରେ ଯୋଗାଣ ବିଭାଗ ଜବତ କିରାସିନିକୁ ନିଜ ଅକ୍ତିଆରକୁ ନେବ । ସୂଚନା ଥାଉକି ଏହି ଭ୍ୟାନ୍ରେ ୧୭ ଶହ ଲିଟର କିରାସିନି ଥିବା ଜଣା ପଡିଛି । ଆଜି ଲକ ଡାଉନ ଥିବାରୁ ଓ ଗାଡି ଘୋଡା ବନ୍ଦ ରହିବା କାରଣରୁ ରାତିରେ ଏହି କିରାସିନିକୁ ଘେରିରେ ପହଂଚି ଇବାର ଆବଶକତା ଥିଲା । ହେଲେ ଘେରିରେ ପହଂଚିବା ପୂର୍ବରୁ ଗାଁ ଲୋକଙ୍କ ହାତରେ ଧରା ପଡିଯାଇଛି କିରାସିନି ବୋଝେଇ ଗାଡିା ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଜବତ କିରାସିନି ସବୁ ଗାଁ ଗଣ୍ଡାରୁ ସଂଗ୍ରହ କରାଯାଇ ନିଜ ଘେରିରେ ବ୍ୟବହାର ପାଇଁ ନିଆ ଯାଉଥିଲା ବୋଲି କେତେକ ଘେରି ମାଲିକ କହିଛନ୍ତି । ଗରିବ ଲୋକ ମାନଙ୍କୁ ସେମାନଙ୍କ କାର୍ଡରେ ମିଳୁଥିବା କିରାସିନି ନିଜେ ବ୍ୟବହାର କରିବା ପରେ ବଳକା କିରାସିନିକୁ ଯେଉଁ ମାନେ ବିକ୍ରି କରିଥାନ୍ତି ସେମାନଙ୍କ ଠାରୁ ଏହି ଘେରି ମାଲିକ ମାନେ ଅଧିକ ଦରରେ କିଣି ଆଣିଥାନ୍ତି ବୋଲି ନିରଞ୍ଜନ ସ୍ୱାଇଁ, ବାସୁଦେବ ମାନା, ବିଭୁପ୍ରସାଦ ବେହେରା, ସୁବଳ ଗିରି, ବାସୁଦେବ ଭୁୟାଁ, ବଚୁ ମାଇତି, ଶରତ ସାହୁ, ତପନ ଜେନା, ନିଳମଣି ସାହୁ ପ୍ରମୁଖ କହିଛନ୍ତି ।

Leave A Reply

Your email address will not be published.

16 + 13 =