ଚଳଚଂଚଳ ରଥଖଳା, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ

ପୁରୀ: ଆରମ୍ଭ ହୋଇଯାଇଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି କ୍ରମେ ସକାଳ ୮ରୁ ରାତି ୧୦ଟା ପର୍ଯ୍ୟନ୍ତ ହେବ ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ କାର୍ଯ୍ୟ ନେଇ ୩ ମୂଖ୍ୟ ବିଶ୍ୱକର୍ମା ମହାରଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଗଠିତ ବୈଠକରେ ସବିଶେଷ ଆଲୋଚନା ହୋଇଛି । ଏନେଇ ଗୃହ ମନ୍ତ୍ରଣାଳୟର ସର୍ତମୂଳକ ଅନୁମତିକୁ ଅନୁପାଳନ କରିବା ନେଇ ମଧ୍ୟ ଆଲୋଚନା ହୋଇଛି । ସର୍ତ ମୁତାବକ ରଥଖଳାରେ ସାମାଜିକ ଦୂରତ୍ୱ କଡ଼ାକଡ଼ି ପାଳନ ସହ କୈାଣସି ଧାର୍ମିକ କାର୍ଯ୍ୟ ନହେବା ପାଇଁ ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି । ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଛନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.

3 + 6 =