ବିଏମ୍ସି କୋଠା ଭାଙ୍ଗିବା ଦୁର୍ଭାଗ୍ୟଜନକ : ସୁର ରାଉତରାୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଉକ୍ରଳ କନିକା ଗ୍ୟାଲେରିଆ ମଲକୁ ସୁରକ୍ଷା ଦେବାକୁ ଯାଇ ମ୍ୟୁଜିଅମ, ବିଜେବି କଲେଜ ଓ ଭଞ୍ଜ କଳାମଣ୍ଡପର କିଛି ଅଂଶ ଭଙ୍ଗା ହେବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହାକୁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଦୃଢ ନିନ୍ଦା କରିବା ସହ ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏପରି କଲେ ଜନ ଆନେ୍ଦାଳନ କରାଯିବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି ଯେ ସରକାରଙ୍କର ଏପରି ନିଷ୍ପତିରେ ଉକ୍ରଳ କନିକା ଗ୍ୟାଲେରିଆ ମଲ୍ ଏବଂ ସରକାରୀ ବାବୁଙ୍କ ମଧ୍ୟରେ ଅର୍ଥ କାରବାର ହୋଇଥିବା ସନେ୍ଦହ ହେଉଛି । ନହେଲେ ରାଜ୍ୟ ସରକାର ବେସରକାରୀ ମଲ୍କୁ ସୁରକ୍ଷା ଦେବାକୁ ଯାଇ ସରକାରୀ ପ୍ରତିଷ୍ଠାନଗୁଡିକୁ ଭାଙ୍ଗିବା ପାଇଁ ନିଷ୍ପତି ନିଅନ୍ତେନି । ଶ୍ରୀ ରାଉତରାୟ କହିଛନ୍ତି ଯେ ସରକାରୀ ଜମି ଉପରେ ବେଆଇନ୍ ଭାବେ ଗ୍ୟାଲେରିଆ ସୌନ୍ଦର୍ଯୀକରଣ କରିଛି । ଏହାକୁ ଭାଙ୍ଗିବା ପାଇଁ ୧୦ ମାସ ହେଲା ସରକାରୀ ସ୍ତରରେ ଆଲୋଚନା ହେଉଥିଲେ ମଧ୍ୟ କେଉଁ କାରଣ ପାଇଁ ଏପର୍ଯ୍ୟନ୍ତ ଉଚ୍ଛେଦ ହୋଇପାରୁନି ତାହା ସରକାରଙ୍କର ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

four − one =