ଆଜି ହେରା ପଂଚମୀ

ପୁରୀ- ଆଜି ଚତୁର୍ଦ୍ଧାମୂର୍ତିଙ୍କ ହେରା ପଂଚମୀ । ଆଡପ ମଣ୍ଡମପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ମହାଲକ୍ଷ୍ମୀ । ସନ୍ଧ୍ୟା ଆଳତି ପରେ ବିମାନ ପଟୁଆରରେ ଲକ୍ଷ୍ମୀମା ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ । ନଦ୍ଧିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଂଚିବା ପରେ ପତି ମହାପାତ୍ର ସେବାୟତ କର୍ପୂର ବଳିତା ଓ ଚାଉଳ ବନ୍ଦାପନା କରିବେ । ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଠାରୁ ମୁଖଚୁମ୍ବିତ ଅଧରମାଳା ଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ । ମହାଲକ୍ଷ୍ମୀଙ୍କ ଆଗମନ ନେଇ ମହାପ୍ରଭୁ ଗତକାଲି ବନଲାଗି ହୋଇଛନ୍ତି । ଦତମହାପାତ୍ର ସେବକଙ୍କ ଦ୍ୱାରା କସ୍ତୁରୀ, ହିଙ୍ଗୁଳ, ହରିତଳ, ଶଙ୍ଗ, ଦୀପ କଳା ଆଦି ପ୍ରାକୃତିକ ରଙ୍ଗରେ ପ୍ରଭୁଙ୍କୁ ଶୃଙ୍ଗାର କରାଯାଇଥିଲା । ଏହା ସହିତ ଆଜିଠାରୁ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି ପର୍ବ । ତିନିରଥକୁ ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ୱାରକୁ ନିଆଯିବ । ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଏକ ହଜାର ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.

14 − one =