କରୋନା ହଟସ୍ପଟ ଅଂଚଳ ଲୋକଙ୍କୁ ବାରଣ


ଭୁବନେଶ୍ୱର-କରୋନା ହଟସ୍ପଟ ଅଂଚଳର କୌଣସି ଲୋକ ଭୁବନେଶ୍ୱର ଆସିଲେ ସିଧାସଳଖ ଘରକୁ ଯାଇପାରିବେ ନାହିଁ ।ପ୍ରଥମେ ସେମାନଙ୍କୁ ସରକାରୀ କ୍ୱାରେଂଟାଇନ କେନ୍ଦ୍ରରେ ରହିବାକୁ ପଡିବ । ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ମାତ୍ରାଧିକ ବଢି ଚାଲିଥିବା ଦୃଷ୍ଟିରୁ ଏପରି କଠୋର ପଦକ୍ଷପ ନେବାକୁ ଯାଉଛି ବିଏମସି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି ଯେ ବଫର ଅଂଚଳରୁ ଭୁବନେଶ୍ୱରକୁ ଆସୁଥିବା ଲୋକଙ୍କ ପାଇଁ ସରକାରୀ କ୍ୱାରେଂଟାଇନ ବାଧ୍ୟତାମୂଳକ । ପୂର୍ବରୁ ବାହାରୁ ଆସୁଥିବା ଲୋକଙ୍କ ପାଇଁ କ୍ୱାରେଂଟାଇନରେ ରହିବାର ବ୍ୟବସ୍ଥା ଥିଲା । ଭୁବନେଶ୍ୱରକୁ ୮୬୮୧ ଲୋକ ବାହାର ସ୍ଥାନରୁ ଆସିଥିବା ବେଳେ ସେମାନଙ୍କୁ ମଧ୍ୟରୁ ୨୭୯୧ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି । ରାଜଧାନୀରେ ୨୭୪ ଲୋକ ସଂକ୍ରମିତ ହୋଇଛନ୍ତି । ବର୍ତମାନ ସୁଦ୍ଧା ୧୨୯ ସୁସ୍ଥ ହୋଇଥିବା ବେଳେ ୧୩୨ ସକ୍ରିୟ ମାମଲା ରହିଛି । ଭୁବନେଶ୍ୱରରେ ଆଜି ସୁଦ୍ଧା ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

sixteen − ten =