ନୂଆଦିଲ୍ଳୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢି ଚାଲିଛି । ସଂକ୍ରମଣ ସ୍ଥିତି ଏକ ପ୍ରକାର ଅସମ୍ଭାଳ ହୋଇପଡିଛି । ଦେଶରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ଅତିକ୍ରମ କରିଛି । ଅର୍ଥାତ ଗୋଟିଏ ଦିନରେ ୧୮ ହଜାର ୫୫୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।ଗତକାଲି ଆକ୍ରମଣଙ୍କ ସଂଖ୍ୟା ୧୭ହଜାର ଅତିକ୍ରମ କରିଥିଲା ବେଳେ ଆଜି ଗୋଟିଏ ଦିନରେ ଗତକାଲି ତୁଳନାରେ ଆଉ ଏକ ହଜାର ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୮ହଜାର ୯୫୩ରେ ପହଂଚିଛି ।
ସୂଚନା ଯୋଗ୍ୟ ଯେ, ଗତ ସପ୍ତାହକ ମଧ୍ୟରେ ଦେଶରେ ୧ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି ଯାହା ଚିନ୍ତାର ବିଷୟ ପାଲଟିଛି । ପୁର୍ବରୁ ୩୦ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଟପିଥିଲା ବେଳେ ଏବେ ମାତ୍ର ୬ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି । ସେହିପରି ଦେଶରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି । ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧୫,୬୮୫ ପହଂଚିଲା ବେଳେ ଆଜି ୩୮୪ଜଣଙ୍କ ଜୀବନ ଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଦେଶରେ ପୂର୍ବରୁ ଏକ ଲକ୍ଷ ଆକ୍ରାନ୍ତରେ ମାତ୍ର ଏକ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା ବେଳେ ଏବେ ୫ଲକ୍ଷ ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୧୫ହଜାରକୁ ଅତିକ୍ରମ କରିଛି ।
ଗତ ୨୧ ତାରିଖରେ ୨୪ଘଂଟା ମଧ୍ୟରେ ୧୪ ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିପରି ୨୨ତାରିଖରେ ୧୪ହଜାର ୮୨୧ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୩ତାରିଖରେ ୧୪ ହଜାର ୯୩୧ ସଂକ୍ରମିତ, ୨୪ ତାରିଖରେ ୧୫ହଜାର ୯୬୯ ସଂକ୍ରମିତ, ୨୫ ତାରିଖରେ ୧୬ ହଜାର ୯୨୨ ସଂକ୍ରମିତ, ୨୬ତାରିଖରେ ୧୭ ହଜାର ୨୯୬ ରୋଗୀ ଏବଂ ୨୭ ତାରିଖରେ ୧୮ହଜାର ୫୫୨ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅର୍ଥାତ ଏହି ୭ଦିନରେ ୧ଲକ୍ଷ ୧୧ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ଦେଶରେ ଦିଲ୍ଳୀ, ମହାରାଷ୍ଟ୍ର ଓ ତାମିଲନାଡୁର ସ୍ଥିତି ଏବେ ସଂଗିନ ହୋଇ ପଡିଛି । ଅନ୍ୟପକ୍ଷରେ ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଆଜି ମନ୍ତ୍ରୀ ଗୋଷ୍ଠୀ କମିଟିର ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଦେଶରେ ଆରୋଗ୍ୟହାର ବଢିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୧.୨୪୪ଜଣ ସୁସ୍ଥ ହୋଇଥିଲା ବେଳେ ଦେଶରେ ଆରୋଗ୍ୟ ହାର ୫୨%ରୁ ଅଧିକ ହୋଇଛି । ଦେଶରେ ଆରୋଗ୍ୟ ବଢିଥିବାରୁ ପ୍ରାଧାନ ମନ୍ତ୍ରୀ ଶ୍ରୀ ମୋଦୀ ଦେଶବାସୀ କରୋନାକୁ ହରାଇବା ନେଇ ଦୃଢ ଆଶା ପ୍ରକାଶ କରିଛନ୍ତି । ସେହିପରି ସାମାଜିକ ଦୂରତା ରକ୍ଷା ଓ ମାକ୍ସ ପରିଧାନ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ ଗୁରୁତ୍ୱ ଦେଇଛନ୍ତି । ଦେଶରେ ସ୍ଥିତି ଅଣାୟତ