ଗଞ୍ଜାମରେ ଗାଁ ଲୋକଙ୍କୁ ସହର ମନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଳାରେ କରୋନା ସଂକ୍ରମଣ ଏବେ ସାଂଘାତିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟି ରଖି ଗ୍ରାମାଞ୍ଚଳ ଲୋକଙ୍କୁ ସହରକୁ ଆସିବା ପାଇଁ ବାରଣ କରାଯାଇଛି । ଏପରି ପରାମର୍ଶ ଖୋଦ ଗଞ୍ଜାମ ଜିଲ୍ଳାପାଳ ଦେଇଛନ୍ତି ।
ଗଞ୍ଜାମ ଜିଲ୍ଳାର ଗ୍ରାମାଞ୍ଚଳ ଲୋକ ସହର ଆସନ୍ତୁ ନାହିଁ । ନିହାତି ଆବଶ୍ୟକ ନ ପଡିଲେ ୫ଦିନ ପାଇଁ ସହରକୁ ନ ଆସିବା ନିମନ୍ତେ ଜିଲ୍ଳାପାଳ ବାରଣ କରିଛନ୍ତି । ଏଥି ସହ ସେ କହିଛନ୍ତି, ଲୋକମାନେ ଜନଗହଳିଠାରୁ ଦୂରେଇ ରୁହନ୍ତୁ, ଦୁଇ ମିଟର ଦୂରତା ବଜାୟ ରଖନ୍ତୁ । ଏହାସହ ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ ଓ ବାରମ୍ବାର ହାତ ଧୁଅନ୍ତୁ ।
ବ୍ରହ୍ମପୁର କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜିଠାରୁ ସହରକୁ ୪ଦିନ ପାଇଁ ଶଟଡାଉନ୍ କରାଯାଇଛି । ଏହି ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯିବ ସହ କଂଟ୍ରାକ୍ଟ ଟ୍ରେସିଂ, ଆଇସୋଲେସନ୍ ଓ ହୋମ କ୍ୱାରେଂଟାଇନ୍ ବ୍ୟବସ୍ଥାର ଯାଂଚ କରାଯିବ । ଏଥିପାଇଁ ୭୦ଟି ହେଲଥ ଟିମ୍ ନିୟୋଜିତ ହେବେ ।
ସୂଚନା ଯୋଗ୍ୟ ଗଞ୍ଜାମ ଜିଲ୍ଳାରେ ୧୧୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୩୧୮ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଜିଲ୍ଳାରେ କରୋନାରେ ୮ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.

three × three =