ହୀରାକୁଦର ୧୫ଟି ଗେଟ୍ ଖୋଲା

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ଆଜି ସକାଳୁ ହୀରାକୁଦ ଜଳଭନ୍ଧଣ୍ଡାରର ଆଉ ୩ଟି ଗେଟ୍ ଖୋଲାଯିବା ଫଳରେ ମୋଟ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦର ଜଳସ୍ତର ୬୧୫.୮୩ ଫୁଟ୍ ରହିଥିଲା ବେଳେ ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୮୧.୨୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୨ଲକ୍ଷ ୩୯୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
ହୀରାକୁଦରୁ ଯେଉଁ ନିଷ୍କାସିତ ଜଳ ଆଜି ଅପରାହ୍ନରେ ନରାଜରେ ପହଂଚିଛି । ତେବେ ନିଷ୍କାସିତ ଜଳରୁ ୬୦% ମହାନଦୀରେ ପ୍ରବାହିତ ହେଉଥିବା ବେଳେ ୪୦% କାଠଯୋଡିରେ ପ୍ରବାହିତ ହେଉଛି ।

Leave A Reply

Your email address will not be published.

eleven − ten =