କ୍ଵାରେଂଟାଇନରେ ଫେରାର୍ ପ୍ରେମୀଯୁଗଳଙ୍କ ହାତଗଣ୍ଠି ପଡିଲା

ଭୁବନେଶ୍ୱର: କରୋନା କାହାପାଇଁ ସାଜିଛି ମହାମାରୀ ତ କାହା ପାଇଁ ପାଲଟିଛି ସମ୍ପର୍କ ଡୋରି । ଏହିପରି ଏକ ରୋଚକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଞ୍ଜିବାହାଲ ଗାଁରେ । ସେହି ଗାଁର ହଳେ ପ୍ରୋମୀଯୁଗଳ ପରସ୍ପରକୁ ଭଳ ପାଇଆସୁଥିଲେ । କିନ୍ତୁ ପାରିବାରିକ ସ୍ୱୀକୃତି ନମିଳିବା ଯୋଗୁ ବିବାହ କରିପାରୁନଥିଲେ । ଶେଷରେ ଉଭୟେ ୨୦୧୯ରେ ଲୁଚି ଘର ଛାଡ଼ି ପଳାଇଯାଇଥିଲେ । ବେଙ୍ଗାଲୁରରେ ଯାଇ ପ୍ରୋମିକ ରାଜାରାମ ଏକ ଗାର୍ମେଂଟ କମ୍ପାନୀରେ କାମକରି ଉଭୟ ଚଳୁଥିଲେ । ତେବେ କରୋନା ସଂକ୍ରମଣ ଯୋଗୁ ଲକ୍ଡାଉନ୍ ଘୋଷଣା ହେବା ପରେ ସେମାନେ ଗାଁକୁ ଫେରିବା ପାଇଁ ନିଷ୍ପତି ନେଲେ । ଶେଷରେ ଅନ୍ୟ ପ୍ରବାସୀ ଶ୍ରମିକଙ୍କ ପରି ରାଜ୍ୟରାମ ଠାକୁର ଓ ଦୁତୀଆ ମଧ୍ୟ ଗାଁକୁ ଫେରିଲେ । ସୁରକ୍ଷା ଦୃଷ୍ଟିରୁ ଉଭୟ କ୍ୱାରେଂଟାଇନ୍ରେ ୧୪ ଦିନ ରହିଥିଲେ କୋକସରା ବ୍ଲକ କାଉଡୋଳ । ପଂଚାୟତ ହାଇସ୍କୁଲରେ । ଅସ୍ଥାୟୀ କ୍ୱାରେଂଟାଇନ୍ ଶିବିରରେ ଉଭୟଙ୍କୁ ରଖାଯାଇଥିଲା । କ୍ୱାରେଂଟାଇନ୍ ଅବଧି ଶେଷ ହେବା ପରେ ଉଭୟ ବିଧିବଦ୍ଧ ଭାବେ କରିବାକୁ ନିଜ ନିଜ ପରିବାରକୁ କହିଥିଲେ । କାଉଡୋଳା ସରପଂଚ ଜମ୍ବୁବତୀ ସାହୁଙ୍କ ଏଥିନେଇ ପ୍ରସ୍ତାବ ଦେଇଥିଲେ । ସରପଂଚ ଦୁଇ ପରିବାରଙ୍କ ସହ ଆଲୋଚନା କରି ସ୍ଥାନୀୟ ବ୍ଲକ ପ୍ରଶାସନ ଅନୁମତି ନେଇ ବିବାହ କାର୍ଯ୍ୟରେ ସହାୟତା କରିଥିଲେ । ସରପଂଚ, ଅନ୍ୟ ଅତିଥି ଓ କ୍ୱାରେଂଟାଇନ୍ କେନ୍ଦ୍ରରେ ରହିଥିବା ପ୍ରବାସୀଙ୍କ ଉପସ୍ଥିତିରେ ସେମାନଙ୍କ ହାତଗଣ୍ଠି ପଡ଼ିଥିଲା । ଉଭୟଙ୍କ ଭଳ ପାଇବାକୁ ସାମାଜିକ ସ୍ୱୀକୃତି ମିଳିଥିବାରୁ ସେମାନେ ସରନଂଚଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.

sixteen + 20 =