ନିମ୍ନ ମାନର ଡ୍ରେନେଜ କାର୍ଯ୍ୟନେଇ ଅସନ୍ତୋଷ

ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କଂଟିିପୁର ଠାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଡ୍ରେନେଜ ବିଭାଗ ଦ୍ୱାରା କାଣି ନାଳ ପୁନ୍ନରୁଦ୍ଧାର ଓ ଖନନ କାର୍ଯ୍ୟ କରାଯାଉଛି । ଏହି କେନାଲ ୧୬ କିମି ପର୍ଯ୍ୟନ୍ତ ଖନନ ହୋଇ ପେତପଡା ଠାରେ ସଂଯୋଗ ହେବ । ଏଥିରେ ହଜାର ହଜାର ଚାଷୀଙ୍କ ଜୀବନ ଜୀବିକା ନିର୍ଭର କରୁଥିବା ବେଳେ ଏବେ କେନାଲ ଖନନରେ ନିମ୍ନ ମାନର କାର୍ଯ୍ୟ ଓ ମାଟି ଉଠାଣକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୋବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ୪କୋଟିରି ଉର୍ଦ୍ଧ ବ୍ୟୟ ବରାଦରେ ଖନନ ହେଉଥିବା ଏହି ନାଳ କାର୍ଯ୍ୟରେ ଏବେ କୋଟି କୋଟି ଟଙ୍କାର ର୍ଦୁନିତୀ ଗନ୍ଧ ବାରିହୋଇ ପଡୁଛି । ଠିକାଦାର ଜଣଙ୍କ ନିଜ ମନମାନିରେ କାର୍ଯ୍ୟ କରୁଥିବା ବେଳେ ନାଳ ଖନନ ଓ ପୂନ୍ନରୁଦ୍ଧାରୁ ସଂଗୃହିତ ମାଟିକୁ ସେହିଠାରେ ପକାଉଛନ୍ତି । ଫଳରେ ଅସରାଏ ବର୍ଷାରେ ମାଟି ପୁଣି ଧୋଇ ହୋଇ ଉକ୍ତ କେନାଳକୁ ଯାଇଛି । ଫଳରେ କିଛି ମାସ ମଧ୍ୟରେ କେନଲର ଅବସ୍ଥା ପୂର୍ବପରି ରହିବ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଠିକାଦାର ଜଣଙ୍କ ନାଳ ପୁନ୍ନରୁଦ୍ଧାର କାର୍ଯ୍ୟ ଉପଯୂକ୍ତ ଭାବେ ନକରି କେବଳ ଜେସିବି ସାହାର୍ଯ୍ୟରେ ମାଟିି ଚାଂଛିଲା ପରି କାର୍ଯ୍ୟ କରି ଅର୍ଥ ହରିଲୁଟ କରିବାକୁ ମସୁଧା କରିଥିବା ଅଭିଯୋଗ ହେଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଭାଗୀୟ ଅଧିକାରୀ ମାନେେ ଏଥିନେଇ ଅବଗତ ଥିଲେ ମଧ୍ୟ ନିରବ ରହିବା ଘଟଣା ସାଧାରଣରେ ଡ୍ରେନେଜ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଠି କରିଛି । ଆଳି ବିଧାୟକ ପ୍ରତାପ ଦେବ ଏହି ନାଳ ପୂନ୍ନରୁଦ୍ଧାର କାର୍ଯ୍ୟ ଆରମ୍ଭରେ ଆସି ସ୍ଥିତି ସମିକ୍ଷା କରିଥିବା ବେଳେ ଏହି କେନାଲ ଦ୍ୱାରା ହଜାର ହଜାର ଚାଷୀ ପରିବାର ଉପକୃତତ ହେବେ ବୋଲି ବଖାଣିଥିଲେ । ହେଲେ କାର୍ଯ୍ୟ ଆରମ୍ଭ ହେବା ବେଳକୁ ଠିକାଦରଙ୍କ ଏଭଳି କାର୍ଯ୍ୟ ଚାଷୀଙ୍କୁ ହତଉତ୍ସାହିତ କରିଛି । ବିଭାଗୀୟ ଅଧରକାରୀ ଏହି କାର୍ଯ୍ୟରେ ହୋଇଥିବା ଅନିୟମିତତା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରିଛନ୍ତି । ଏଥିନେଇ ଆଳି ଡ୍ରେନେଜ ବିଭାଗର କନିଷ୍ଠ ଜନ୍ତ୍ରୀ ପ୍ରମୋଦ ରାଉତଙ୍କୁ ପଚାରିବାକୁ ସେ କୁହନ୍ତି ଆସନ୍ତା ସୋମବାର ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ସେ ପ୍ରକାଶ କରିଛନ୍ତ

Leave A Reply

Your email address will not be published.

one × 1 =