ଭୁବନେଶ୍ୱର- ରାଜ୍ୟରେ କରୋନା ଥମିବା ନାଁ ଧରୁନି । ଆବଶ୍ୟକ ପ୍ରତିକାର ସତ୍ୱେ ଦିନକୁ ଦିନ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ପୁଣି ଚିହ୍ନଟ ହୋଇଛନ୍ତି ନୂଆ ୨୬୪ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୨୩୪ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୦ ଲୋକାଲ କେସ୍ ରହିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୭୬,ଯାଜପୁର ୪୧,କେନ୍ଦୁଝର ୨୫,ଝାରସୁଗଡା,ବରଗଡରୁ ୧୮ ଜଣ ଲେଖାଏଁ,ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୧୫ଜଣ ଲେଖାଏଁ ,ବାଲେଶ୍ୱର ଓ କଟକରୁ ୧୨ ଜଣ ଲେଖାଏଁ,ପୁରୀ ୭,ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ,ମାଲାକାନାଗିରି ନୟାଗଡ, ବଲାଙ୍ଗୀରରୁ ୨ଜଣ ଲେଖାଏଁ, ଭଦ୍ରକ, କନ୍ଦମାଳ, ନୂଆପଡା, ଗଜପତି, କଲାହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ତମାନ ସୁଦ୍ଧା ୪୬୦୬ ସୁସ୍ଥ ହୋଇଥିବା ବେଳେ ୧୯୮୦ ସକ୍ରିୟ ମାମଲା ରହିଛି ।