ଟ୍ରକରୁ ଡକାୟତି ଘଟଣାରେ ୨ ଗିରଫ ଓ ୩ ଫେରାର

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଦେଓଝର ପଂଚାୟତ ମୁର୍ଗାବେଡା ରାସ୍ତା ଦେଇ ଯାଉଥିବା ସାରଦା ଖଣି ୩ ନଂ ଗେଟ ନିକଟସ୍ଥରେ ଟ୍ରକ ଗୁଡିକରୁ ଡକାୟତି କରୁଥିବା ଘଟଣାରେ ବିଲେଇପଦା ପୋଲିସ ୨ ଜଣକୁ ଗିରଫ କରିଛି । ସୂଚନାରୁ ପ୍ରକାଶ ଗୁରୁବାର ମଧ୍ୟ ରାତିରେ ୫ ଜଣ ଦୁବୃର୍ତ ସାରଦା ଖଣି ଆଇରନ ବୋଝେଇ କରିବାକୁ ଯାଉଥିବା ଟ୍ରକ ମାନଙ୍କ ଠାରୁ ଖଣ୍ଡା ଛୁରି ଦେଖାଇ ଲୁଟ ଉଦ୍ୟମ କରୁଥିବା ସମୟରେ ସାରଦା କମ୍ଫାନୀ ତରଫରୁ ସୁରକ୍ଷା କର୍ମୀ ରାସ୍ତାରେ ନିୟୋଜିତ ଥିବା ବେଳେ ଏହି ଡକାୟତ ମାନଙ୍କୁ କାବୁ କରିଥିବା ବେଳେ ୨ ଜଣକୁ ଧରିବାକୁ ସକ୍ଷମ ହୋଇଥିଲେ ଓ ୩ ଜଣ ଘଟଣା ସ୍ଥଳରୁ ଚମ୍ଫଟ ମାରିଥିଲେ । ଡକାୟତମାନେ ଏକ ଜେଏଚ ୦୫ ପି ୯୬୪୦ ନଂ ଏକ ଇଣ୍ଡିକା କାର ଛାଡି ପଳାଇଥିଲେ । ତୁରନ୍ତ ବିଲେଇପଦା ପୋଲିସ ଖବର ଦିଆଯାଇଥିଲା । ଖବର ପାଇ ବିଲେଇପଦା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଂଚି ବିଭିନ୍ନ ଜାଗାରେ ଖୋଜା ଖୋଜି କରିବା ପରେ ଫେରାର ଥିବା ୩ ଜଣଙ୍କ ଟେର ପାଇନଥିଲେ । ସୁରକ୍ଷା କର୍ମୀ ୨ ଡକାୟତଟିକୁ ଉଦ୍ଧାର କରି ପୋଲିସ କୁ ଜିମା ଦେଇଥିଲେ । ଏନେଇ ଏସ ଆଇ ଏସ ସୁରକ୍ଷା କର୍ମୀର ଦାୟତ୍ୱରେ ଥିବା ଦିଲିପ କୁମାର ପତି ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଯୋଡା କେଶ ନଂ ୧୦୬/୨୦୨୦ ମାମଲା ଋଜୁ କରି ଆକାଶ କୁମାର (୧୯) ଏବଂ ସନି ସଲନିକି (୨୦) ଗିରଫ କରି ଥିବା ବେଳେ ତାଙ୍କ ଠାରୁ ଖଣ୍ଡା, ଛୁରି , ଇଣ୍ଡିକା କାର , ଲୁହା ଝଡ ସମେତ ନିଶା ସାମଗ୍ରୀ ଜବତ କରିବା ସହ ଆଜି କୋର୍ଟ ଚାଲାଣ କରାଯାଇଛିା ଏହି ଦୁଇ ଡକାୟତଙ୍କ ଘର ଝାଡଖଣ୍ଡ ରାଜ୍ୟର ଆଦିତପୁର ଥାନା ଗମାରିଆ ଗ୍ରାମର ଜଣଙ୍କର ହୋଇଥିବା ବେଳେ ଅନ୍ୟ ଜଣଙ୍କର ଝାଡଖଣ୍ଡ ରାଜ୍ୟର ନୁଆଁମୁଣ୍ଡି ଥାନା ଡିବିସି ଅଞ୍ଚଳର ହୋଇଥିବା ବେଳେ ଫେରାର ଥିବା ୩ ଜଣ ଡକାୟତକୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ବିଲେଇପଦା ଫାଣ୍ଡିଅଧିକାରୀ ସେକ ଆଜାରୁଦ୍ଧିନ ସୂଚନା ଦେଇଛନ୍ତିା

Leave A Reply

Your email address will not be published.

eleven + fourteen =