ଭାରତ ସେନାଙ୍କ ମୁକାବିଲା ପାଇଁ ସୀମାକୁ ଚୀନ ପଠାଇଥିଲା ମଲ୍ଲ ଯୋଦ୍ଧା

ବେଜିଂ : ଗଲୱାନ ସଂଘର୍ଷକୁ ନେଇ ଚୀନ ଏବଂ ଭାରତ ଉଭୟ ପରସ୍ପରଙ୍କୁ ଦୋଷାରୋପ କରୁଥିବାବେଳେ ଏହା ଚୀନର ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଚୀନ ସ୍ୱୀକାର କରିଛି । ସଂଘର୍ଷ ପୂର୍ବରୁ ସାମରିକ କ୍ରୀଡ଼ାବୀତ୍ ମାର୍ଶାଲ ଆର୍ଟିଷ୍ଟଙ୍କୁ ସୀମାକୁ ପଠାଯାଇଥିଲା ବୋଲି ଚୀନ ନ୍ୟାସନାଲ ଡ଼ିଫେନ୍ସ ନ୍ୟୁଜ ପକ୍ଷରୁ ଜଣା ପଡ଼ିଛି । ଏଲଏସିରେ ଗୁଳିଗୋଳା ପ୍ରୟୋଗ ଉପରେ କଟକଣା ଥିବାରୁ ଖାଲି ହାତରେ ଭାରତୀୟ ସେନାଙ୍କୁ ମୁକାବିଲା କରିବା ଚୀନ ପକ୍ଷେ ଅସମ୍ଭବ । ତେଣୁ ଚୀନର ବିଭିନ୍ନ ସାମରିକ କଳା କ୍ଲବର ସଦସ୍ୟ ,ଅଲମ୍ପିକ ମିଶାଲ ରିଲେରେ ସାମିଲ ସଦସ୍ୟ ଓ ପର୍ବତା ରୋହୀଙ୍କୁ ସୀମାକୁ ପଠାଇଥିଲା ।ଏହି ମଲ୍ଲ ଯୋଂଦ୍ଧାଙ୍କୁ ସ୍ୱତନ୍ତ୍ର ଭାବେ ନିଯୁକ୍ତି ଦିଆଯାଇଥିବା ସହ ଏମାନଙ୍କୁ ନେଇ ୫ ଟି ବିଭାଗ ଗଠନ କରାଯାଇଛି । ତିବତ୍ କମାଣ୍ଡର ୱାଙ୍ଗ ହାଇଜିଆଙ୍ଗ କହିଛନ୍ତି ଏହି ଯୋଦ୍ଧାଙ୍କ ରାପିଡ଼ ରେସପନ୍ସ ଓ ସପୋର୍ଟ ଆବିଲିଟି ଚୀନ ସୈନ୍ୟଙ୍କ ତୁଳନାରେ ଅଧିକ ।

Leave A Reply

Your email address will not be published.

6 + eighteen =