ଓଡିଶାରେ ପଂହଚିଲା କରୋନା ଔଷଧ

ନୂଆଦିଲ୍ଲୀ- ଓଡିଶା ପାଇଁ ଆଶ୍ୱସ୍ତିର ଖବର । କରୋନା ଔଷଧ ରେମଡେସିଭର ପଂହଚିଲା ଓଡିଶାରେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ହେଟେରୋକୁ କୋଭିଡ-୧୯ ପାଇଁ ପ୍ରସ୍ତୁତ କରାଯାଇଥିବା ଔଷଧ ରେମଡେସିଭର ଉତ୍ପାଦନ ଓ ବିକ୍ରି ପାଇଁ ଅନୁମତି ମିଳିଥିଲା । ଗତ କିଛି ଦିନ ପୂର୍ବରୁ ୨୦,୦୦ କୋଭିଫର ବୋତଲ ପ୍ରଥମ ପର୍ଯ୍ୟାୟରେ ୫ କରୋନା ପ୍ରଭାବିତ ରାଜ୍ୟକୁ ପଠାଯାଇଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କୋଲକତା, , ଭୋପାଳ , , ପାଟନା, ଭୁବନେଶ୍ୱର, ରାଂଚି, ଭିଜୟୱାଡା, କୋଚି, ତ୍ରିଭେନ୍ଦ୍ରମ ଏବଂ ଗୋଆକୁ ଔଷଧ ପଠାଇବାର ବ୍ୟବସ୍ଥା ରହିଥିଲା । ତେବେ ଏହି ଔଷଧ କୌଣସି ମେଡିସିନ ଦୋକାନରେ ମିଳିବ ନାହିଁ । କେବଳ ହସ୍ପିଟାଲ ଓ ସରକାରୀସ୍ତରରେ ଉପଲବ୍ଧ ହେବ ବୋଲି ହେଟେରା ଗ୍ରୁପ୍ ଅଫ କମ୍ପାନୀର ଏମଡି ଭାମସୀ କ୍ରିଷ୍ଣା କହିଛନ୍ତି । ଗର୍ଭବତୀ ମହିଳା, ଲିଭରଓ କିଡନୀ ଫେଲ, ସ୍ତନ୍ୟପାନ କରାଉଥିବା ମହିଳା ଓ ୧୨ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଏହି ଔଷଧ ଦିଆଯିବ ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.

eight − two =