ଶ୍ରୀନଗର: କାରଚି ସ୍ଥିତ ପାକିସ୍ଥାନ ଷ୍ଟକ୍ ଏକ୍ସଚେଞ୍ଜ ବିଲ୍ଡ୍ଂରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଚାରିଜଣ ଆତଙ୍କବାଦୀ ପାକିସ୍ଥାନ ଷ୍ଟକ୍ ଏସ୍କଚେଞ୍ଜ କୋଠାରେ ପ୍ରବେଶ କରି ଅନ୍ଦାଧୁନିଆ ଗୁଳି ଚଳାଇଥିଲେ । ପାକିସ୍ଥାନି ରେଞ୍ଜର୍ସ ଓ ପୁଲିସ ଘଟଣାସ୍ଥଳରେ ପହଁଚି ୪ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । କିନ୍ତୁ ଆତଙ୍କବାଦୀଙ୍କ ଗୁଳିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କରାଚିରେ ପରିସ୍ଥିତି ନିୟନ୍ତ୍ରଣ ରହିଛି ଏବଂ ସମସ୍ତ ଆତଙ୍କବାଦୀ ନିହତ ହୋଇଥିବା ଇନ୍ସପେକ୍ଟର ଜେନେରାଲ କହିଛନ୍ତି । ଆତଙ୍କବାଦୀ ଷ୍ଟକ୍ ଏକ୍ସଚେଞ୍ଜ ବିଲ୍ଡ୍ଂର ମୁଖ୍ୟ ଫାଟକକୁ ଗ୍ରେନେଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ । ଗୁଳି ବିନିମୟରେ ଜଣେ ପୁଲିସ କର୍ମଚାରୀ ଜଣେ ସୁରକ୍ଷାକର୍ମି ଆହତ ହୋଇଥିବା କଥା ଜଣାପଡିଛି । ପାକିସ୍ଥାନ ଷ୍ଟକ୍ ଏକ୍ସଚେଞ୍ଜ ଅଂଚଳକୁ ସ୍ଥାନାନ୍ତର କାରାଯାଇଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହା ଏକ ର୍ଦୁଭାଗ୍ୟଜନକ ଘଟଣା ବୋଲି ଷ୍ଟକ୍ ଏକ୍ସଚେଞ୍ଜର ନିଦେ୍ର୍ଧଶକ ଆବିଦ ଅଲି ହବିବ କହିଛନ୍ତି । ଫସି ରହିଥିବା କର୍ମଚାରୀ ମାନଙ୍କୁ ପଛ ଦ୍ୱାରପଟେ ବାହାର କରାଯାଇଛି ।