ବିଶ୍ୱସ୍ତରୀୟ ହେବ ନନ୍ଦନକାନନ ଚିଡିଆଖାନା

ନନ୍ଦନକାନନ: ଓଡିଶାର ସର୍ବପୂରାତନ ଚିଡିଆଖାନା ନନ୍ଦନକାନନରେ ନବକଳେବର ହେବାର ଯୋଜନା ଚାଲିଛି । ଏହାକୁ ବିଶ୍ୱସ୍ତରୀୟ ଚିଡିଆଖାନାକୁ ରୁପାନ୍ତର କରିବାକୁ କତୃପକ୍ଷ ଓ କେନ୍ଦ୍ରୀୟ ଚିଡିଆଖାନା କତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି । ଦେଶର ୧୦ ଟି ଚିଡିଆଖାନାକୁ ଆଧୁନୀକରଣ ଯୋଜନାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସ୍ଥାନ ପାଇଛି । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଖୁଆଡ ବିହିନ ପଶୁପକ୍ଷୀଙ୍କୁ ଦେଖିବା, ପଶୁପକ୍ଷୀମାନେ ପ୍ରାକୃତିକ ପରିବେଶରେ ରହି ଖାଦ୍ୟ ସଂଗ୍ରହ କରିବା ପ୍ରଭୃତି ଯୋଜନା ରହିଛି । ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ମାଛ ଘରର ଆଧୁନୀକରଣ ସହିତ ସାମୂଦ୍ରିକ ମାଛ ଘର ନିର୍ମାଣ ପରିକଳ୍ପନା କରାଯାଇଛି । ଏହା ସହିତ ରାତ୍ରିକାଳୀନ ସଫାରୀ ନିର୍ମାଣ ଓ ଏଥିରେ କାଞ୍ଜିଆ ହ୍ରଦକୁ ନଦୀ ସଫାରୀ ବ୍ୟବସ୍ଥା ସାମିଲ ହୋଇଛି । ଏହା ବ୍ୟତିତ ଆଧୁନିକ ବ୍ୟାଖାନ କେନ୍ଦ୍ର, ଆମ୍ଫିଥିଏଟର, ପ୍ରାକୃତିକ ଚଲାପଥ, ବୃକ୍ଷଛତ୍ର ଚଲାପ, ବନ୍ୟପ୍ରାଣୀ ଚିକିତ୍ସାଳୟର ଆଧୁନୀକରଣ ଓ ସ୍ୱଂଚାଳିତ କଂସେଇ ଖାନା ନିର୍ମାଣ ପ୍ରସ୍ତାବ ରହିଛି । ପରିବେଷ ଅନୁକୁଳ ସବୁଜ ବଳୟ ସୌରଶକ୍ତି ବ୍ୟବହାର ଓ ଦୂଷିତ ଜଳର ଉପଚାର ବ୍ୟବସ୍ଥା ପ୍ରଣୟନ ହେବାକୁ ପ୍ରସ୍ତାବ ରହିଛି । ପ୍ରସ୍ତାବ ଅନୁଯାୟୀ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୧୦୭୪ ହେକ୍ଟର ପରିମିତ ସ୍ଥାନରେ ଜୈବଉଦ୍ୟାନ କରାଯିବା ଯୋଜନା ରହିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪୩୭ ହେକ୍ଟର ସହିତ ଚୁଡଙ୍ଗଗଡର ସଂରକ୍ଷିତ ଜଙ୍ଗଲ ତଥା କୃଷ୍ଣନଗର ଅଞ୍ଚଳର ୬୧୦ ଏକର ପରିମିତ ଅଞ୍ଚଳକୁ ନେଇ ଯୋଜନା ପ୍ରାଣୟନ ହେବ । ଯାହାକି ଚନ୍ଦକା-ଡମପଡା ଅଭୟାରଣ୍ୟର ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ଅଞ୍ଚଳକୁ ନେଇ ଗଠିତ । ଏହି ଯୋଜନା ଅନୁମୋଦନ ପରେ କେନ୍ଦ୍ରୀୟ ଚିଡିଆଖାନା କତୃପକ୍ଷଙ୍କ ଉପଦେଷ୍ଟାକୁ ନେଇ ବିସ୍ତୃତ ଯୋଜନାର ବିବରଣୀ ପ୍ରସ୍ତୁତ ହେବ ଯୋଜନା କାର୍ଯ୍ୟକାରୀ ହେଲେ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ବିଶ୍ୱରେ ଏହା ଏକ ପରିଚୟ ସୃଷ୍ଟିକରିବାରେ ସଫଳ ହେବ ପ୍ରାକୃତିକ ପରିବେଷ ଓ ଘଞ୍ଚ ଅରଣ୍ୟନୀର ବଳୟ ଭିତରେ ଥିବା ନନ୍ଦନକାନନ ପ୍ରାଣୀଉଦ୍ୟାନ ଆଧୁନୀକରଣର ସଫଳ ରୁପାୟନ ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବ ଏଥିରେ ସନ୍ଦେହ ନାହିଁ । ସାଢେ ତିନିମାସ କରୋନା ସଂକ୍ରମଣ ଜନିତ ଆଶଙ୍କାରେ ବନ୍ଦ ହୋଇଥିବା ନନ୍ଦନକାନନ ଉଦ୍ୟାନର ନବକଳେବର ବିପୁଳ ରାଜସ୍ୱ ଆଦାୟ କରିବାର ସମ୍ଭାବନା ସୃଷ୍ଟି କରିଛି । ଏପରିକି କରୋନା ସଂକ୍ରମଣ ଜନିତ କ୍ଷତିର ଭରଣା କରିବାରେ ଏହା ସହାୟକ କରିପାରିବ । ଏହା ସହିତ ପର୍ଯ୍ୟଟନ ଶିଳ୍ପର ବିକାଶ ହେଲେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଆୟରେ ଅଭିବୃଦ୍ଧି ଘଟିବ । ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡିଆଖାନା ପରିକଳ୍ପନା କାର୍ଯ୍ୟକାରୀ ହେଲେ ରାଜ୍ୟ ସମେତ ଦେଶର ପର୍ଯ୍ୟଟନ ଶିଳ୍ପର ଗୌରବ ବୃଦ୍ଧିକରିବ ।

Leave A Reply

Your email address will not be published.

20 − two =