ନୂଆଦିଲ୍ଳୀ: ଚୀନ୍ କମ୍ପାନିର ବରିଷ୍ଟ ଅଧିକାରୀ ମାନେ ସେମାନଙ୍କ ଅଧିନରେ କାମ କରୁଥିବା ପାକ୍ କର୍ମଚାରୀମାଙ୍କୁ ଡ୍ୟୁଟି ସମୟରେ ନମାଜ ପାଠ ଉପରେ ରୋକ୍ ଲଗାଇଛନ୍ତି । ନିର୍ଦେଶ ନମାନିଲେ ଚାକିରିରୁ ବାହାର କରିଦେବାକୁ ଧମକ ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପାକ୍ର ମୁସଲମାନ ଧର୍ମଗୁରୁ । ସେ ସୋସିଆଲ ମିଡିଆ ଜରିଆରେ ଭିଡିଓ ବାର୍ତା ପଠାଇ କହିଛନ୍ତି ଯେ ଚାକିରି ଯାଉ ପଛେ ନମାଜ ପାଠ କୁ ଏଡାଇ ପାରିବୁ ନାହିଁ । ପାକ୍ ର କିଛି କର୍ମଚାରି ଚାକିରି ଚାଲିଯିବା ଭୟରେ ମୁହଁ ଖୋଲୁନାହାଁନ୍ତି କିନ୍ତୁ ଆମ ପାଇଁ ଆତ୍ମସମ୍ମାନ ବଡ । ଯଦି ଏହା ବନ୍ଦ ନହୁଏ ଚୀନ୍ ମାଲିକଙ୍କ ବିରୁଦ୍ଧରେ ବିକ୍ଷୋବ ପଦର୍ଶନ ହେବ ବୋଲି ସେ ଚେତାବନି ଦେଇଛନ୍ତି ।