ବାକିଥିବା ଯୁକ୍ତ ୨ପରୀକ୍ଷା ବାତିଲ

ଭୁବନେଶ୍ୱର- କରୋନା ପାଇଁ ବାକି ରହିଥିବା ଯୁକ୍ତ ୨ କଳା, ବଜ୍ଞାନ ଓ ବାଣିଜ୍ୟ ପରୀକ୍ଷାକୁ ବାତିଲ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସବିଏସି ଢାଂଚାରେ ମାର୍କିଂ ହେବ । ଛାତ୍ରଛାତ୍ରୀ ଦେଇଥିବା ପରୀକ୍ଷାର ଆଭେରେଜ ମାର୍କ ଦିଆଯିବ । ଯେଉଁମାନେ ୫ ଟି ପେପର ପରୀକ୍ଷା ଦେଇଥିବେ ସେମାନଙ୍କୁ ୩ ଟିରୁ ଆଭରେଜ ମାର୍କ ଆଧାରରେ ମାର୍କ ଦିଆଯିବ । ଯେଉଁମାନେ ୪ ଟି ପରୀକ୍ଷା ଦେଇଥିବେ ସେମାନଙ୍କର ଦୁଇଟି ପେପର ର ଆଭେରେଜ ମାର୍କ ଦିଆଯିବ । କମ୍ପାର୍ଟମେଂଟାଲ ପରୀକ୍ଷାର୍ଥୀଙ୍କୁ ଗତ ବର୍ଷ ମାର୍କ ଦେଖି ମାର୍କ ଦିଆଯିବ । ଯେଉଁ ମାନେ ମାର୍କରେ ସନ୍ତୁଷ୍ଟ ହେବେନି କରୋନା ସ୍ଥିତିରେ ସୁଧାର ଆସିବା ପରେ ପରୀକ୍ଷା ଦେବେ । ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ତେଣୁ ଏଭଳି ପରିସ୍ଥିତିରେ ପରୀକ୍ଷା କରାଗଲେ କରୋନା ବୃଦ୍ଧି ହେବାର ଆଶଙ୍କା ରହିଛି । ତେଣୁ ଏହି ସବୁକୁ ବିଚାର କରି ମନ୍ତ୍ରୀ ପରୀକ୍ଷାକୁ ବାତିଲ କରିଛନ୍ତି । ପୂର୍ବରୁ ସିବିଏସି ପରୀକ୍ଷା ମଧ୍ୟ ବାତିଲ କରାଯାଇଥିଲା ।

Leave A Reply

Your email address will not be published.

nine − 3 =