ନେଲ୍ଳୋର: ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିଭାଗରେ କାମକରୁଥିବା ଦିବ୍ୟଙ୍ଗ କର୍ମଚାରୀଙ୍କ ଉପରେ ମ୍ୟାନଜରଙ୍କ ଅକଥନୀୟ ଅତ୍ୟାଚାର ଚିତ୍ର ସାମ୍ନାକୁ ଆସିଛି । ଦିବ୍ୟଙ୍ଗ ମହିଳା ଉଷାରାଣୀ – ଡେପ୍ୟୁଟି ମ୍ୟାନେଜର ମାସ୍କ ପିନ୍ଧି ନଥିବା ନେଇ ଆପତି ପ୍ରଦାନ କରିଥିଲେ । କନିଷ୍ଟ କର୍ମଚାରୀ ହୋଇ ସିନିୟରଙ୍କୁ ଏଭଳି କାହିଁକି କହିଲେ ବୋଲି ମ୍ୟାନେଜର ଭାଷ୍କର କ୍ରୋଧାନିତ ହୋଇ ନିଷ୍ଟୁର ଭାବେ ପିଟିବା ଆରମ୍ଭ କରିଦେଇଥିଲେ । ଉଷାରାଣୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ପର୍ଯ୍ୟଟନ ମନ୍ତ୍ରୀ ଅବନ୍ତି ଶ୍ରୀନିବାସ ଅଭିଯୁକ୍ତଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଉଷାରାଣୀଙ୍କୁ ପିଟୁଥିବା ସମୟରେ ଭିଡିଓ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି ।