ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଚିନ ମନମାନିକୁ ଦେଖି ତାକୁ ପ୍ରତିଟି କ୍ଷେତ୍ରରେ କଡା ଜବାବ ଦେବା ପାଇଁ ସଜାଗ ହେବାରେ ଲାଗିଛି ଭାରତ । ବିଦେଶରୁ ବିକଶିତ ମାରଣାସ୍ତ୍ର ଆଣିବା ପାଇଁ ଯୋଜନା ଚଳାଇଛି । ଏବେ ଇସ୍ରାଏଲ୍ରୁ ସ୍ପାଇସ୍-୨୦୦୦ ବୋମାର ବିକଶିତ ଭର୍ସନ ଆଣିବା ଲାଗି ଯୋଜନା କରାଯାଉଛି । ସ୍ପାଇସ୍-୨୦୦୦ ବୋମା ଶତ୍ରୁ ରାଷ୍ଟର ବଡ ବଡ ବଙ୍କରକୁ ନିମିଷେକ ମଧ୍ୟରେ ଧୂଳିସାତ୍ କରିଦେବ । ଭାରତୀୟ ବାୟୁସେନା ୨୦୧୯ ଫେବୃଆରୀ ୨୬ରେ ପାକିସ୍ଥାନ ଉପରକୁ ବୋମା ଫିଙ୍ଗି ଆତଙ୍କିତ କରିଦେଇଥିଲା । ଭାରତ ନିକଟରେ ଏବେବି ଅନେକ ସ୍ପାଇସ୍ -୨୦୦୦ ବୋମା ରହିଲେ ମଧ୍ୟ ଡ୍ରାଗନ ସେନା ପାଇଁ ବିକଶିତ ଭର୍ସନ ଉପଯୋଗୀ ହେବ ବୋଲି କୁହାଯାଇଛି । ଏହି ବୋମାରେ ୧୮ ୱାର୍ହେଡ୍ ରହିବ , ଯାହା ଟାର୍ଗେଟ ସ୍ଥାନକୁ ଯାଇ ସବୁ କିଛି ଧୂଳିସାତ କରିଦେବ । ସ୍ପାଇସ୍-୨୦୦୦ ବୋମାକୁ ଆମେରିକାର ଏଲ୍ଜେଡିଏଏମ୍ ବୋମା ସହ ତୁଳନା କରାଯାଇଛି । ଯେଉଁଥିରେ ଇଓ ଏବଂ ଜିପିଏସ୍ ଭଳି ଟେକ୍ନୋଲୋଜି ରହିଛି ।