ଏମ୍ସିଏଲ ଖଣିରୁ ଗଡିଲା ‘ସୁପର ଆନ୍ନାକୋଣ୍ଡା’

ଝାରସୁଗୁଡା: ତିନୋଟି ମାଲବାହୀ ଟ୍ରେନ ଗୋଟିଏରେ ପରିଣତ କରି ୧୭୭ ୱାଗନ ବିଶିଷ୍ଟ ମାଲବାହୀ ଟ୍ରେନ୍ କୋଇଲା ପରିବହନ କରିବାରେ ସକ୍ଷମ ହୋଇଛି ରେଳ ବିଭାଗ । ଟ୍ରେନ ଏମ୍ସିଏଲ ଲଜକୁରା ଖଣିରୁ ଘଂଟା ପ୍ରତି ୬୦ କିମି ବେଗରେ ୧୫ ହଜାର ଟନ୍ କୋଇଲା ନେଇ ରାଉରକେଲାରେ ମାତ୍ର ୨ ଘଂଟା ୧୫ ମିନିଟ ରେକର୍ଡ ସମୟରେ ପହଁଚିପାରିଥିଲା । କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ ରେଳ ବିଭାଗର ଏହି ସଫଳତା ନେଇ ଟ୍ୱିଟ୍ କରି କହିଛନ୍ତିଯେ ୨ଟି ମାଲବାହୀ ଟ୍ରେନକୁ ଯୋଡି ଗୋଟିଏ ଟ୍ରେନରେ ପରିବହନ କରିବାର ଦୃଷ୍ଟାନ୍ତ ରହିଛ, ମାତ୍ର ୩ଟି ଟ୍ରେନକୁ ଗୋଟିଏ କରିବା ଏଭଳି କରାଯିବା ପ୍ରଥମ । ଦୁଇଟି ମାଲବାହୀ ଟ୍ରେନକୁ ଯୋଡି ଗୋଟିଏ କରାଯିବାରେ ତାକୁ ଆନାକୋଣ୍ଡା ଆଖ୍ୟା ଦିଆଯିବା ବେଳେ ୩ଟି ଟ୍ରେନ୍କୁ ଯୋଡି ଗୋଟିଏରେ ରୂପାନ୍ତରିତ କରାଯିବାରୁ ଏହାକୁ ସୁପର ଆନ୍ନାକୋଣ୍ଡାର ଆଖ୍ୟା ଦେଇଛି ରେଳବିଭାଗ ।

Leave A Reply

Your email address will not be published.

twelve − six =